ବିବାହର ୫ ଦିନପରେ ସ୍ବାମୀଙ୍କୁ ଛାଡି ପ୍ରେମିକ ସାଙ୍ଗରେ ଛୁ ମାରିଲା ସ୍ତ୍ରୀ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣାକୁ ନେଇ ଓଡ଼ଗାଁ ଥାନାରେ ଏକ ନିଖୋଜ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବିବାହ ପୂର୍ବରୁ ଝିଅଟି ତାର ପ୍ରେମିକକୁ ବିବାହ କରିବା ନିମନ୍ତେ ଘରେ ଜଣାଇବା ପରେ ଝିଅର ମା ଏହାକୁ ବିରୋଧ କରିଥିଲେ । ଏପରିକି ଠିକ୍ ହୋଇଥିବା ସ୍ଥାନରେ ବିବାହ ନକଲେ ଆତ୍ମହତ୍ୟାର ଧମକ ଦେଇ କୂଅକୁ ଡେଇଁ ପଡ଼ିଥିଲେ ମା ।

ମାର ଜୀବନ ବଞ୍ଚାଇବାକୁ ବାଧ୍ୟହୋଇ ଝିଅଟି ଉକ୍ତ ବିବାହ ପ୍ରସ୍ତାବରେ ରାଜି ହୋଇଥିଲା ।ବିବାହର ୫ଦିନ ପରେ ଝିଅଟି ସ୍ବାମୀ ସହିତ ବନ୍ଧୁ ଘରକୁ ଯିବାପାଇଁ ମିଠା ଆଣିବା ପାଇଁ କହିଥିଲେ ।ସ୍ବାମୀ ଗାଡ଼ି ଥୋଇ ଦୋକାନକୁ ମିଠା ଆଣିବା ପାଇଁ ଯାଇଥିଲେ ।ଦୋକାନରୁ ଫେରିବା ବେଳକୁ ସେଠାରେ ସ୍ତ୍ରୀକୁ ନଦେଖି ନିକଟସ୍ଥ ବହୁ ଜାଗାରେ ଖୋଜିଥିଲେ । ପରେ ସ୍ତ୍ରୀକୁ ନପାଇ ଓଡ଼ଗାଁ ଥାନାରେ ଏକ ନିଖୋଜ ଅଭିଯୋଗ କରିଛନ୍ତି ସ୍ବାମୀ ।

ad-week
Leave A Reply

Your email address will not be published.