ହାଣ୍ଡିଶାଳ ଉପରେ ଡବଲ ମାଡ଼ ଗ୍ୟାସ ପରେ ଖାଇବା ତେଲ ମହଙ୍ଗା……!

add-all

ବ୍ରହ୍ମପୁର: ଯୁଦ୍ଧର ଦ୍ୱାହି ଦେଇ ପ୍ରଥମେ ରନ୍ଧନ ଗ୍ୟାସ ଦର ବୃଦ୍ଧି ହୋଇଥିଲା। ବର୍ତ୍ତମାନ ଖାଇବା ତେଲ ପ୍ରତି ଲିଟର ରେ ୧୦ ଟଙ୍କା ବୃଦ୍ଧି ହୋଇଛି। ସବୁ ବର୍ଗର ଲୋକଙ୍କ ହାଣ୍ଡିଶାଳ ରେ ଡବଲ ଇଞ୍ଜିନର ଡବଲ ମାଡ ହୋଇଛି। ଦୁଇ ଦିନରେ ଗ୍ୟାସ ସହ ଖାଇବା ତେଲର ଦର ବୃଦ୍ଧି ହୋଇଛି। ସରକାର କହୁଛନ୍ତି ଯୁଦ୍ଧ ଯୋଗୁଁ ଏହା ବୃଦ୍ଧି ହୋଇଛି। ଗ୍ୟାସ ଦର ବୃଦ୍ଧି ପରେ ବଜାରରେ ସ୍ୱଳ୍ପ ଦିନ ମଧ୍ୟରେ ପ୍ରତେକ ସାମଗ୍ରୀର ଦର ବୃଦ୍ଧି ହେବାର ସମ୍ବାଵନା ଦେଖା ଗଲାଣି। ସରକାର ଏହି ଦରବୃଦ୍ଧି ଉପରେ କିପରି ଲଗାମ୍ ଲଗାଇବେ ସମୟ କହିବ। ପେଟ୍ରୋଲିୟମ ସାମଗ୍ରୀ ଦର ବୃଦ୍ଧି ହେଲେ ବଜାର ରେ ସମସ୍ତ ସାମଗ୍ରୀ ଦର ହୁ ହୁ ହୋଇବଢିବ। ଯୁଦ୍ଧ ବନ୍ଦ ହେଲା ପର୍ଯ୍ୟନ୍ତ ସରକାର ବିଭିନ୍ନ ସାମଗ୍ରୀ ଉପରେ ଜି. ଏସ.ଟି ଛାଡ଼ କରିବାକୁ ସଚେତନ ମହଲ ରେ ଦାବୀ ହେଉଛି।

ad-week
Leave A Reply

Your email address will not be published.