
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ କୁ ବଡ଼ ସଫଳତା ମିଳିଛି।୫ ଜଣ ଅନ୍ତରାଜ୍ୟ ଲୁଟେରା ମାନଙ୍କୁ ପୋଲିସ ଗିରଫ କରିବା ସହ ୧୧ ଟି ମୋଟର ସାଇକେଲ ଜବତ କରିଛି। ଏହି ଏରୋଗଲା ସମ୍ପ୍ରଦାୟ ର ଲୁଟେରା ମାନେ ମୋଟର ସାଇକେଲ ଚୋରୀ କରି ବିଭିନ୍ନ ଅପରାଧ ତତ୍ତ୍ୱ କାର୍ଯ୍ୟରେ ଲିପ୍ତ ଥିବା ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ ପ୍ରକାଶ କରିଛନ୍ତି। ଏନେଇ ଆସିକା ଥାନା କେଶ ନମ୍ବର ୯୨/୨୬ ରେ ମାମଲା ରୁଜୁ କରି ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।