ତୈଳ ଯୋଗାଣ ବନ୍ଦ କଲେ ଦିଆଯିବ କଡ଼ା ଜବାବ: ଟ୍ରମ୍ପ

newyr25

ନୂଆଦିଲ୍ଲୀ: ଇରାନ ଯଦି ତୈଳ ଯୋଗାଣ ବନ୍ଦ କରେ, ତେବେ ତାକୁ କଡ଼ା ଜବାବ ଦିଆଯିବ । ଇରାନର ଆକ୍ରମଣ ଯୋଗୁଁ ତୈଳ ଯୋଗାଣ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ମୁଁ ଏକ ଆତଙ୍କବାଦୀ ଶାସନକୁ ବିଶ୍ୱକୁ ବନ୍ଧକ ରଖିବାକୁ କିମ୍ବା ପୃଥିବୀର ତୈଳ ଯୋଗାଣ ବନ୍ଦ କରିବାକୁ ଦେବି ନାହିଁ । ଯଦି ଇରାନ ଏପରି କିଛି କରେ, ତେବେ ତାକୁ ପୂର୍ବ ଅପେକ୍ଷା ବଡ଼ ଆକ୍ରମଣର ସାମ୍ନା କରିବାକୁ ପଡ଼ିବ । ଷ୍ଟ୍ରେଟ୍ ଅଫ୍ ହରମୁଜ୍ ନିରାପଦ ରହିବ ।

ଆମର ବହୁ ଯୁଦ୍ଧ ଜାହାଜ ସେଠାରେ ଉପସ୍ଥିତ ଅଛି ବୋଲି ଟ୍ରମ୍ପ କହିଛନ୍ତି । ଯୁଦ୍ଧ ଯୋଗୁଁ ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଅଏଲ ଟ୍ୟାଙ୍କର ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ବିଶ୍ବରେ ତୈଳ ସଂକଟ ଆରମ୍ଭ ହୋଇଛି । ଅନ୍ୟପଟେ ଅପରେସନ୍ ଏପିକ ଫ୍ୟୁରି ଜାରି ରହିବ ବୋଲି ଆମେରିକା ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେ ଯୁଦ୍ଧ ଜିତି ସାରିଛୁ। କିନ୍ତୁ ଏହା ଯଥେଷ୍ଟ ନୁହେଁ ।

Leave A Reply

Your email address will not be published.