ଇସ୍ରାଏଲ ଉପରେ ହୋଇଥାନ୍ତା ପରମାଣୁ ଆକ୍ରମଣ, ଖୁଲାସା କଲେ ଟ୍ରମ୍ପ

newyr25

ନୂଆଦିଲ୍ଲୀ: ଇସ୍ରାଏଲରେ ହୋଇଥାନ୍ତା ପରମାଣୁ ଆକ୍ରମଣ । ବଡ଼ ଖୁଲାସା କରିଛନ୍ତି ଟ୍ରମ୍ପ ।  ଆମେରିକା ଓ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ ହେବାକୁ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ଆମେ ଆଗୁଆ ପଦକ୍ଷେପ ନେଇନଥିଲେ ସେମାନେ ଆମ ଉପରେ ଆକ୍ରମଣ କରିଥାନ୍ତେ। ମାତ୍ର ଏକ ସପ୍ତାହ ମଧ୍ୟରେ ସେମାନେ ଆମକୁ ୧୦୦ ପ୍ରତିଶତ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ।  ସେମାନଙ୍କ ପାଖରେ ଆମେ ଭାବିବା ଅପେକ୍ଷା ବହୁତ ଅଧିକ ମିସାଇଲ୍ ଥିଲା ।

ସେମାନେ କେବଳ ଆମକୁ ନୁହେଁ, ବରଂ ପୁରା ମଧ୍ୟ-ପ୍ରାଚ୍ୟ ଏବଂ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଯଦି ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଥାଆନ୍ତା, ତେବେ ସେମାନେ ନିଶ୍ଚୟ ତାହା ଇସ୍ରାଏଲ ଉପରେ ବ୍ୟବହାର କରିଥାନ୍ତେ । କିନ୍ତୁ ଆମ ସେନା ଚମତ୍କାର କାମ କରିଛି । ଆମେ ସେମାନଙ୍କର ପ୍ରାୟ ୮୦ ପ୍ରତିଶତ ମିସାଇଲ୍ ଲଞ୍ଚରକୁ ଧ୍ୱଂସ କରିଦେଇଛୁ ବୋଲି ଟ୍ରମ୍ପ କହିଛନ୍ତି ।

Leave A Reply

Your email address will not be published.