କୋଷାଗୁମୁଡା ଟ୍ରାକ୍ଟର ମାଲିକଙ୍କୁ ଅସୁବିଧା ! ଟିପ୍ପରବାଲାଙ୍କ ପାଇଁ ପୁରା ସୁବିଧା ମାଇନିଂ ବିଭାଗ ଉପରେ ଉଠିଛି ବଡ଼ ପ୍ରଶ୍ନ

କୋଷାଗୁମୁଡା /ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଟ୍ରାକ୍ଟର ମାଲିକଙ୍କ ନିଦ ହଜି ଗଲାଣି। ଟ୍ରାକ୍ଟର ମାଲିକଙ୍କ ପରିବାର ଗୁଜୁରାଣ, ଭରଣପଷଣ କାଠିକର ପାଠ ହେଲାଣି। ମାଲିକ ସହ ଟ୍ରାକ୍ଟର ଚାଳକ ଏବଂ ମୁଲିଆଙ୍କ କଥାତ ଆଉ ନକହିବା ଭଲ। କିଏ ତ ଋଣରେ ଟ୍ରାକ୍ଟର ଆଣି ଦୁଇପଇସା ରୋଜଗାର କରିବା ପାଇଁ ଆଶା ବାନ୍ଧିଛି ତୋ ଆଉ କିଏ ପୁରୁଣା ଟ୍ରାକ୍ଟର ଆଣି ନିଜ ପରିବାରର ପାଳନ ପୋଷଣ କରିବା ପାଇଁ ଚେଷ୍ଟା କରୁଛି । ମାସକୁ ମାସ ଟ୍ରାକ୍ଟର ଋଣ ଟଙ୍କା ବାନ୍ଧିବାକୁ କଷ୍ଟ ହେଉଛି, ଏଭଳି ଚିନ୍ତାଜନକ ପରିସ୍ଥିତିରେ ନବରଙ୍ଗପୁର ଜିଲ୍ଲା ମାଇନିଂ ବିଭାଗ ଦିନରାତି କୋଷାଗୁମୁଡା ବ୍ଲକରେ ପଇଁତରା ମାରି ଟ୍ରାକ୍ଟରଙ୍କୁ ଭୟଭୀତ କରୁଛି ଯାହାଫଳରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟର ମାଲିକଙ୍କ ଭିତରେ ମାଇନିଂ ବିଭାଗ କୁ ନେଇ କକୁଆ ଭୟ ସୃଷ୍ଟି ହେଇଛି। ମାଇନିଂ ବିଭାଗ ଡରରେ ଆଉ ଟ୍ରାକ୍ଟର ମାଲିକ ଗାଡି ରାସ୍ତା ଉପରେ ବାହାର କରିବା ପାଇଁ ଭାବୁଛନ୍ତି। ଟ୍ରାକ୍ଟର ଚଳାଚଳ ବନ୍ଦହେବା ଫଳରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟରରେ ମଜୁରୀ କରି ପେଟ ପଶୁଥିବା କୁଲି ମଜୁରିଆଙ୍କ ପରିବାର ଭକରେ ଶୋଇବାକୁ ବାଧ୍ୟ ହେଉଛନ୍ତି।
ଅନ୍ୟପଟେ ସ୍ଥାନୀୟ ଲୋକମାନେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ସାଧାରଣତ ଟ୍ରାକ୍ଟର ଉପରେ ହିଁ ଭରସା କରିଥାନ୍ତି କାହାକୁ ମାଟି କାହାକୁ ବାଲି କାହାକୁ ଜମି ପାଇଁ ଗବର ଖତ କାହାକୁ ପଥର ଭଳି ଆବଶ୍ୟକୀୟ ସମାନ ନେବା ଆଣିବା ପାଇଁ ଟ୍ରାକ୍ଟର ହିଁ ବ୍ୟବହାର କରନ୍ତି ହେଲେ ଏବେ ଟ୍ରାକ୍ଟର ମାଲିକଙ୍କ ଉପରେ ମାଇନିଂର ତୀକ୍ଷ୍ଣ ନଜର ରହିଥିବା ଫଳରେ ମାଲିକ ମାନେ ଆଉ ଟ୍ରାକ୍ଟର ବାହାର କରୁନାହାନ୍ତି ଫଳରେ ଅଂଚଳର ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳୁଛି। ମାଇନିଂ ବିଭାଗ ମୁଖ୍ୟତଃ କୋଷାଗୁମୁଡା ବ୍ଲକର ବିଭିନ୍ନ ଲିଜ ଧାରୀ ବାଲି ଖଦାନ ଉପରେ ଧ୍ୟାନ ଦେଉନାହାନ୍ତି। ଲିଜ ଧାରୀ ବାଲି ଖଦାନରେ ଲିଜରୁ ଅଧିକ ବାଲି ଉଠାଯାଉଛି ବିନା ରୟାଲ୍ଟି ରେ,ଶହଶହ ଟିପ୍ପର ବାଲି ଚୋରାଚାଲାଣ କରୁଛନ୍ତି ହେଲେ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ଲିଜ ନେଇଥିବା ବାଲି ଖଦାନ ମାଲିକଙ୍କ ସହ ବିଭାଗୀୟ ଅଧିକାରିଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଥିବା ବେଳେ ସେମାନଙ୍କୁ ପ୍ରଶୟ ଦେବାରେ ଲାଗିଛି ଖଣିଜ ବିଭାଗର କୋର୍ତୃପକ୍ଷ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଞ୍ଚଳବାସୀଙ୍କ କହିବା ପ୍ରକାରେ ବିଭାଗୀୟ ଅଧିକାରି ବଡ଼ ବଡ଼ିଆଙ୍କୁ ପ୍ରଶୟ ଦେଇ ଛୋଟ କାଟିଆଙ୍କ ଉପରେ ନଜର ରଖି ଟ୍ରାକ୍ଟର ମାଲିକ ଟ୍ରାକ୍ଟର ଚାଳକ ଏବଂ ଟ୍ରାକ୍ଟର ରେ ମଜୁରୀ କରୁଥିବା ମୁଲିଆଙ୍କୁ ଜାଣିଶୁଣି ହଇରାଣ ହରକତ କରୁଛନ୍ତି ଯାହାଫଳରେ ଅଞ୍ଚଳ ବାସିଙ୍କ ନିର୍ମାଣ କାର୍ଯ୍ୟରେ ବାଧା ପ୍ରାପ୍ତ ହେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଭଳି ସମସ୍ୟାର ସମାଧାନ କରିବା ପାଇଁ ଅଂଚଳବାସୀ ଦାବି କରୁଛନ୍ତି। ଯଦି ମାଇନିଂ ବିଭାଗ ବାରମ୍ବାର ଟ୍ରାକ୍ଟର ମାଲିକଙ୍କୁ ହଇରାଣ ହରକତ କରିବ ତାହେଲେ ଆଗାମି ଦିନରେ କୋଷାଗୁମୁଡା ଟ୍ରାକ୍ଟର ସଂଘ ରାଜରାସ୍ତାରେ ଓଲ୍ହାଇ ମାଇନିଂ ବିଭାଗ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ଚେତାଇ ଦେଇଛନ୍ତି l