୨୯ତମ ଷୋହଳ ପ୍ରହର ନାମ ଯଜ୍ଞ

add-all

ନୟାଗଡ଼ ,୧୧/୩(ନିସର୍ତ୍ତ): ଭାଗବତ ସେବା ସଦନ ଶୂନ୍ୟ ଆଶ୍ରମ ଦ୍ୱାରା ରାଜସୁନାଖଳା ନିକଟସ୍ଥ ପାନନଗର ସ୍ଥିତ ଶୂନ୍ୟ ଆଶ୍ରମରେ ୨୯ ତମ ଷୋଳ ପ୍ରହର ଭାଗବତ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୨୫ ଟି ଭାଗବତ ମଣ୍ଡଳୀ ଯୋଗଦାନ କରିଥିଲେ। ବଡ଼ମ୍ବା ରତାପାଟ ଶୂନ୍ୟ ଆଶ୍ରମରୁ ବିଶ୍ବଗୁରୁ ଅଚିହ୍ନା ଠାକୁର ଶ୍ରୀ ଶ୍ରୀ ନିମାଇଁ ଚରଣ ପରମ ହଂସ ଦେବଙ୍କ ରତ୍ନ ପାଦୁକା ବିଜେ କରି ଭକ୍ତ ମାନଙ୍କୁ କୃପା ପ୍ରଦାନ କରିଥିଲେ। ଆଶ୍ରମର ମହନ୍ତ ପ୍ରମୋଦ ବାବାଙ୍କ ସହିତ ଦାସ , ଭାସିଆ ,ବେଣୁ , କାଳିଆ , ଆନନ୍ଦ ଭାଇଙ୍କ ସହିତ ଅନ୍ୟ ସମସ୍ତ ଭକ୍ତ ମାନେ ନାମ ଯଜ୍ଞକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ବାବା ଗୋବିନ୍ଦ ଚରଣ ଦାସ, ବିଜୁ ଦାସ, ବୃନ୍ଦାବନ ଦାସ, ପ୍ରଶନ୍ନ ଦାସଙ୍କ ସହ ୫୦ ରୁ ଉର୍ଦ୍ଧ ସାଧୁ ସନ୍ଥ ଯୋଗ ଦେଇଥିଲେ ଏବଂ ପ୍ରାୟ ୫ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ad-week
Leave A Reply

Your email address will not be published.