ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

newyr25

ନୂଆଦିଲ୍ଲୀ : ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି । ଭାରତରେ ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେଇଛନ୍ତି । ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବେ ହରିଶ ରାଣା । ଭାରତର ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଶୁଣାଇଛନ୍ତି । ଗତ ୧୩ ବର୍ଷ ଧରି କୋମାରେ ଥିବା ୩୨ ବର୍ଷୀୟ ହରିଶ୍ ରାଣାଙ୍କୁ ‘ପାସିଭ୍ ଇଉଥାନାସିଆବା ପରୋକ୍ଷ ଇଚ୍ଛାମୃତ୍ୟୁ ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।

୨୦୧୮ ମସିହାରେ ସମ୍ମାନର ସହ ମରିବାର ଅଧିକାରକୁ ସ୍ୱୀକୃତି ମିଳିବା ପରେ ଏହା ହେଉଛି ପ୍ରଥମ ବ୍ୟକ୍ତିଗତ ମାମଲା ଯେଉଁଥିରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ ମସିହାରେ ଚଣ୍ଡିଗଡ଼ରେ ପାଠ ପଢୁଥିବା ସମୟରେ ହରିଶ୍ ଏକ କୋଠାର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ସେ ସମ୍ପୂର୍ଣ୍ଣ ଅକ୍ଷମ ହୋଇ ବିଛଣାରେ ପଡ଼ିଥିଲେ । ସେ ନିଜେ ନିଶ୍ୱାସ ନେଇପାରୁ ନଥିଲେ କିମ୍ବା ଖାଇପାରୁ ନଥିଲେ । କେବଳ ପାଇପ୍ ସାହାଯ୍ୟରେ ତାଙ୍କୁ ବଞ୍ଚାଇ ରଖାଯାଇଥିଲା ।

କୋର୍ଟଙ୍କ ଦ୍ୱାରା ଗଠିତ ଡାକ୍ତରୀ ଟିମ କହିଥିଲେ ଯେ, ହରିଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଅସମ୍ଭବ । ହରିଶଙ୍କୁ ଦିଆଯାଉଥିବା କୃତ୍ରିମ ଖାଦ୍ୟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଧୀରେ ଧୀରେ ହଟାଇ ଦିଆଯାଉ । ଯାହାଫଳରେ ସେ ପ୍ରାକୃତିକ ଭାବେ ମୃତ୍ୟୁବରଣ କରିପାରିବେ ବୋଲି କୋର୍ଟ କହିଛନ୍ତି । ପୁଅ ବହୁତ କଷ୍ଟ ପାଉଥିବାରୁ ତାଙ୍କୁ ଏହି ଅତି ଦୟନୀୟ ଅବସ୍ଥାରୁ ମୁକ୍ତି ଦିଆଯାଉ ବୋଲି ହରିଶଙ୍କ ବୃଦ୍ଧ ପିତାମାତା ଏବଂ ଭାଇ କୋର୍ଟରେ ଗୁହାରି କରିଥିଲେ ।

Leave A Reply

Your email address will not be published.