
ନୂଆଦିଲ୍ଲୀ : ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହି ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ରହିଛି । ଏମିତିରେ ହଜାର ହଜାର ଭାରତୀୟ ପଶ୍ଚିମ ଏସିଆରେ ଫସିଛନ୍ତି । ଏହାରି ଭିତରେ ଭାରତର ପ୍ରମୁଖ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନିଜ ଉଡ଼ାଣକୁ ନେଇ ବ ଅପଡେଟ୍ ଜାରି କରିଛି । ଦୁଇଟି ଯାକ ଏୟାରଲାଇନ୍ସ ମିଶି ୧୧ ମାର୍ଚ୍ଚକୁ ପଶ୍ଚିମ ଏସିଆ ପାଇଁ ମୋଟ୍ ୫୮ ବିମାନ ଉଡ଼ାଣ ସଂଚାଳନ କରିବାକୁ କହିଛି ।
ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ସଂଘର୍ଷ କାରଣରୁ ବିମାନ ସେବା ବହୁତ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ବିମାନ ମାର୍ଗ ବନ୍ଦ ରହିଥିବା ବେଳେ କଡ଼ା ପ୍ରତିବନ୍ଧକ ଲାଗିଛି । ସବୁ ଚ୍ୟାଲେଞ୍ଚ ସହିତ ଏୟାର ଇଣ୍ଡିଆ ସ୍ଥିତିକୁ ଗମ୍ଭୀରତାର ସହିତ ଦେଖି ନିଜ ସେବାକୁ ନିୟୋଜିତ ଏବଂ କଣ୍ଟ୍ରୋଲ ଭାବେ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ବୁଧବାର ଏୟାର ଇଣ୍ଡିଆ ମୋଟ ୫୮ ଉଡ଼ାଣ ପଶ୍ଚିମ ଏସିଆକୁ ଉଡ଼ାଣ ଭରିବ । ଜେଦ୍ଦା ଏବଂ ମାସ୍କଟ ପାଇଁ ନିଜ ନିର୍ଦ୍ଧାରିତ ସେବା ୧୧ ମାର୍ଚ୍ଚକୁ ଜାରି ରହିବ ।
ଏହାପୂର୍ବରୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁସାରେ ମାର୍ଚ୍ଚ ୯ରେ ପଶ୍ଚିମ ଏସିଆକୁ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ୪୫ ଉଡ଼ାଣ ସଂଚାଳିତ କରିଥିଲା । ଏଥିରେ ୭,୦୪୭ ଯାତ୍ରୀ ରହିଥିଲେ ।