ମଧ୍ୟପ୍ରାଚ୍ୟ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଦୁଇ ଭାରତୀୟ, ଜଣେ ନିଖୋଜ

add-all

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଚାଲିଥିବା ସଂଘର୍ଷ ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବୁଧବାର ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାସିୱାଲ।ରଣଧୀର କହିଛନ୍ତି ଯେ, ଭାରତୀୟ ନାଗରିକମାନେ  ମର୍ଚ୍ଚାଣ୍ଟ ଜାହାଜରେ ଯାଉଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଏହି ଆକ୍ରମଣରେ ଦୁଇ ଭାରତୀୟଙ୍କୁ ହରାଇଛୁ ଏବଂ ଆଉ କିଛି ଭାରତୀୟ କ୍ରିଉ ମେମ୍ବର ମଧ୍ୟ ଆହତ ହୋଇଛନ୍ତି। ତାହା ସହ  ଇସ୍ରାଏଲରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ଦୁବାଇରେ ଜଣେ ଆହତ ହୋଇଥିବା ଜଣାପଡିଥିବାସେ କହିଛନ୍ତି

ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାସିୱାଲ କହିଛନ୍ତି । ଆହତ ମାନଙ୍କୁ ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ସହ ଆମେ ଯୋଗାଯୋଗରେ ଅଛୁ। ଅସ୍ଥିର ପରିସ୍ଥିତି ମଧ୍ୟରେ ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ପାଇଁ, ଜୟସୱାଲ କହିଛନ୍ତି ଯେ ମନ୍ତ୍ରଣାଳୟ ଏଠାରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି ଯାହା ୨୪ ଘଣ୍ଟା କାର୍ଯ୍ୟ କରେ, ଜରୁରୀକାଳୀନ କଲ୍ ପରିଚାଳନା କରେ ଏବଂ ପ୍ରଭାବିତ ଦେଶଗୁଡ଼ିକରେ ଭାରତୀୟ ଦୂତାବାସ ଏବଂ କନସୁଲେଟ୍ ସହିତ ସମନ୍ୱୟ କରେ।

ad-week
Leave A Reply

Your email address will not be published.