ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାର ଶୁଭାରମ୍ଭ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହ୍ୟୁମାନ ପାପିଲୋନା ଭାଇରସ (ଏଚପିଭି) ଟୀକା ନେବା କାର୍ଯ୍ୟକ୍ରମକୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ନିଳାଞ୍ଜନ ଦାସ ଏବଂ ଡ଼ା ପ୍ରଣତି ମଞ୍ଜରୀ ଶର୍ମାଙ୍କ ଦ୍ଵାରା ଏବଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି ।ସାଧାରଣତଃ ୧୪ ବର୍ଷରୁ ଉର୍ଦ୍ଧ୍ବ ଓ ୧୫ ବର୍ଷରୁ କମ ଅର୍ଥାତ୍ ୯ମ ଶ୍ରେଣୀ ବାଳିକା ମାନେ ଉକ୍ତ ଟୀକା ନେଇପାରିବେ ।ଏହି ଟୀକା ନେବା ଦ୍ଵାରା ଭବିଷ୍ୟତରେ ଜରାୟୁ ଗ୍ରୀବା ଅର୍ଥାତ୍ ଗର୍ଭାଶୟ ମୁଖ କର୍କଟ ରୋଗକୁ ଏଡାଇ ଦିଆଯାଇ ପାରିବ ।ଏହି ପ୍ରତିଷେଧକ ଟୀକା ପ୍ରତି ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଦିଆଯାଉଛି ।ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ସମସ୍ତ ବାଳିକା ଏହି ପ୍ରତିଷେଧକ ଟୀକା ନେବାପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.