ଦେଢ଼ ବର୍ଷର ଶିଶୁକୁ ସାଙ୍ଗରେ ନେଇ ମା ନିଖୋଜ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁଟୁଣି ଗାଁ ବାପା ଘରକୁ ଆସିଥିବା ଝିଅ ଶାଶୁ ଘରକୁ ଯାଉଛି ବୋଲି କହି ୨୧ ବର୍ଷୀୟ ମା ଦେଢ଼ ବର୍ଷର ଶିଶୁକୁ ନେଇ ଶାଶୁଘର ହରିପୁର ଯିବା ପରିବର୍ତ୍ତେ ଅନ୍ୟ କେଉଁଆଡେ ଚାଲିଯାଇଛି । ଯୁବତୀଙ୍କ ମା ଏନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି।ପୂର୍ବରୁ ଅଧିକ ଯୌତୁକ ଦାବି, ଯୌତୁକ ନିର୍ଯ୍ୟାତନା, ପାରିବାରିକ ହିଂସା, ନିଶାସେବନ ଏହିପରି ଅନେକ କାରଣ ଯୋଗୁଁ ବୋହୂଟିଏ ଶାଶୁଘର ଛାଡ଼ି ବାପଘରକୁ ଚାଲି ଯାଉଥିଲା ।ମାତ୍ର ଏବେ ସମୟ ବଦଳିଯାଇଛି ।ନିୟମିତ ବ୍ୟବଧାନରେ ବିବାହିତ ଯୁବତୀ ମାନେ ଶାଶୁ ଘରୁ କିମ୍ବା ବାପଘରୁ କେଉଁଆଡେ ନିଖୋଜ ହେବା ଘଟଣାରୁ ସାମାଜିକ ପାରିବାରିକ ଅବକ୍ଷୟର ସୂଚନା ମିଳୁଛି।ଛୁଆଟି ତାର ପ୍ରକୃତ ବାପା, ଜେଜେବାପା, ଜେଜେମାଙ୍କୁ ଚିହ୍ନି ମନେରଖିବା ପୂର୍ବରୁ ସେମାନଙ୍କଠାରୁ ଦୂରେଇ ଦିଆଯାଉଛି ।ମା ର ଖୁସିପାଇଁ ଛୁଆକୁ ଅନେକ ମୂଲ୍ୟ ଦେବାକୁ ପଡ଼ୁଛି ।ଏହିପରି ଘଟଣା ଏବେ ସାମାଜିକ ବ୍ୟଧିରେ ପରିଣତ ହେଉଥିବାରୁ ବରିଷ୍ଠ ନାଗରିକ ମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ad-week
Leave A Reply

Your email address will not be published.