ଦୀର୍ଘଦିନ ଧରି ଓଡ଼ଗାଁ ଅଞ୍ଚଳରେ ଏଟିଏମ ଅଚଳ : ଗ୍ରାହକ ଓ ପର୍ଯ୍ୟଟକ ହନ୍ତସନ୍ତ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ ଗୁଡ଼ିକ ଏକ ପ୍ରକାର ଅଚଳ ଅବସ୍ଥା ଯୋଗୁଁ ଗ୍ରାହକ ଓ ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଓଡ଼ଗାଁ ସହରରେ ଶ୍ରୀ ରଘୁନାଥ ଜୀଉ ମନ୍ଦିର ନିକଟରେ ,କଲେଜ ରୋଡ ଷ୍ଟୁଡିଓ ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ, ମନ୍ଦିର ରୋଡ଼ରେ ଥିବା ୟୁନିୟନ୍ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏଟିଏମ ସହିତ ସିନେମା ହଲ ଛକ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଗୁଡ଼ିକୁ ଟଙ୍କା ଉଠାଇବାକୁ ଆସୁଥିବା ଗ୍ରାହକ ମାନେ ଏଟିଏମ ଅଚଳ ଅବସ୍ଥା ଯୋଗୁଁ ଗ୍ରାହକ ମାନେ ବାରମ୍ବାର ନିରାଶ ହୋଇ ଫେରୁଛନ୍ତି ।କେଉଁ ଏଟିଏମ ରେ ସର୍ଭର ଡାଉନ୍ ତ କେଉଁ ଏଟିଏମରେ ଟଙ୍କା ନାହିଁ , ଦୀର୍ଘ ଦିନ ଧରି ୟୁନିୟନ ବ୍ୟାଙ୍କର ଏଟିଏମ ରେ ସଟର ପଡ଼ିଛି ।ଓଡ଼ଗାଁ ଅଞ୍ଚଳରେ ବିଭିନ୍ନ କାରଣ ଯୋଗୁଁ ଏଟିଏମ ଗୁଡ଼ିକର ଅବ୍ୟବସ୍ଥା ଯୋଗୁଁ ଜନସାଧାରଣଙ୍କୁ ହଇରାଣ ହେବାକୁ ପଡୁଛି ।

ଅନ୍ୟପକ୍ଷରେ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ରୂପେ ମାନ୍ୟତା ପାଇଥିବା ଓଡ଼ଗାଁ ଠାରେ ବିଜେ ରଘୁନାଥ ଜୀଉଙ୍କ ଦର୍ଶନ ପାଇଁ ଆସୁଥିବା ବିଭିନ୍ନ ପର୍ଯ୍ୟଟକ ମାନେ ମଧ୍ୟ ଏହି ଏଟିଏମ ଅଚଳ ଅବସ୍ଥାର ଶିକାର ହେଉଛନ୍ତି ।ଚଳିତ ମାସ ୨୭ ତାରିଖରୁ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ହଜାର ହଜାର ଲୋକଙ୍କ ସମାଗମ ହେବ । ତେଣୁ ଖୁବ୍ ଶୀଘ୍ର ସଂପୃକ୍ତ ଏଜେନ୍ସି ବା ସଂସ୍ଥା ଗୁଡ଼ିକ ଏଟିଏମ ଗୁଡ଼ିକର ସ୍ଵାଭାବିକ ସ୍ଥିତିକୁ ଆଣିବା ପାଇଁ ଦାବି ହୋଇଛି ।

ad-week
Leave A Reply

Your email address will not be published.