ଓଲଟି ପଡ଼ିଲା କାର ଜଣେ ଗୁରୁତର ଆହତ…

newyr25

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଆମକୋ ଗ୍ରାମ ରାସ୍ତାରେ OD 14 B 3310 ନମ୍ବର ବିଶିଷ୍ଟ ଏକ ଅଲ୍ଟୋ କାର ଓଲଟି ପଡ଼ିଲା । ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଏବଗାରୁ ସିମକୋ ଯାଉଥିବା ସମୟରେ, ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତାରୁ ଓଲଟି ପଡ଼ିଲା । ଫଳସ୍ୱରୂପ, କାରରେ ଥିବା କୁଲଦୀପ ଏକ୍କାଙ୍କ ମୁଣ୍ଡରେ ଆଘାତ ଲାଗିଲା । ସ୍ଥାନୀୟ ଗ୍ରାମବାସୀ ଏବଂ ନିସର୍ତ୍ତ ନ୍ୟୁଜର ସାମ୍ବାଦିକଙ୍କ ସହାୟତାରେ, 108 ଆମ୍ବୁଲାନ୍ସ ଡକାଯାଇଥିଲା, ଏବଂ କୁଲଦୀପ ଏକ୍କାଙ୍କୁ ଚିକିତ୍ସା ପାଇଁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଖବର ପାଇ ରାଏବଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.