ଜାତୀୟ ସ୍ତରର ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସଫଳତା

add-all

ବ୍ରହ୍ମପୁର : ଚେନ୍ନାଇ ସ୍ଥିତ ସତ୍ୟଭାମା ଇନଷ୍ଟିଚ୍ୟୁ ଅଫ ସାଇନ୍ସସ ଅନୁଷ୍ଠାନ ଅନୁଷ୍ଠିତ ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ଜାତୀୟ ସ୍ତରୀୟ ଯୁବ ଉତ୍ସବ ସାହିତ୍ୟ ଓ ସାଂସ୍କୁତିକ ପ୍ରତିଯୋଗୀତା ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଲୋକ ନୃତ୍ୟ ଦଳ ପୂର୍ବାଞ୍ଚଳ ଜୋନ କୁ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରର ମଞ୍ଚରେ ନିଜ କଳା ମାଧ୍ୟମ ରେ ଆଦିବାସୀ ଲୋକ ନୃତ୍ୟ କୁ ପ୍ରଦର୍ଶନ କରିଥିଲେ। ଏବଂ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ କୁ ସାଂସ୍କୃତିକ ଶୋଭାଯାତ୍ରା ରେ ପ୍ରଦର୍ଶିତ କରିଥିଲେ।ସୂଚନା ଯୋଗ୍ୟ ଯେ ଜାତୀୟ ସ୍ତରର ପ୍ରତିଯୋଗିତାରେ ରେ ଦୁଇ ଦୁଇ ଟା ପୁରସ୍କାର ପ୍ରାପ୍ତ କରିଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ। ସାଂସ୍କୃତିକ ଶୋଭାଯାତ୍ରାରେ ଉପବିଜେତା ଏବଂ ଲୋକ ନୃତ୍ୟ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଟିମ୍ ମ୍ୟାନେଜର ଭାବରେ ହିମାଂଶୁ ଚରଣ ସାହୁ ଏବଂ ସାଂସ୍କୁତିକ ସଂଯୋଜକ ଡ.ସରିତା ଦାଶ ନେତୃତ୍ଵ ନେଇଥିଲେ। ଛାତ୍ରଛାତ୍ରୀ ମାନେ ଏହି ବିଜୟ ର ଶ୍ରେୟ ସେମାନେ ନୃତ୍ଯଗୁରୁ ଆନନ୍ଦେଶ୍ୱର ଙ୍କୁ ଦେଇଛନ୍ତି ତତ୍ ସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଛାତ୍ର କଲ୍ୟାଣ ନିର୍ଦ୍ଦେଶ କ ପ୍ରଫେସର ଗଣେଶ ସେଠୀ, ସାଂସ୍କୃତିକ ସଂଯୋଜିକା ଡ଼. ସରିତା ଦାଶ, ଯୁଗ୍ମ କୁଳସଚିବ ଡ଼. ବାବୁଜୀ ସାମଲ ଏବଂ ସହ କୁଳ ସଚିବ ଡ଼. ସରୋଜ କୁମାର ଦାଶ ପ୍ରମୁଖ ଏହି ଅବସରରେ ପୁରସ୍କୃତ ଛାତ୍ର ଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ad-week
Leave A Reply

Your email address will not be published.