
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ । ଇରାନ-ଆମେରିକା ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଟ୍ରମ୍ପ ଦେଲେ ବଡ଼ ସଙ୍କେତ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଓ ଇସ୍ରାଏଲ୍ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନକୁ ‘ଅଳ୍ପ ବହୁତ’ ସାହାଯ୍ୟ କରୁଥାଇ ପାରନ୍ତି । କାରଣ ଆମେ ମଧ୍ୟ ରୁଷ ବିରୋଧରେ ୟୁକ୍ରେନକୁ ସାହାଯ୍ୟ କରୁଛୁ । ଚୀନ ମଧ୍ୟ ସମାନ କଥା କହିବ । ଏହା ସବୁ ଦେଶ କରନ୍ତି ।
ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ଟ୍ରମ୍ପ ଏହା ସ୍ୱୀକାର କରିଛନ୍ତି। ଆମେରିକାର ଗୋଇନ୍ଦା ରିପୋର୍ଟ ଅନୁଯାୟୀ, ରୁଷ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସେନା ଶିବିରଗୁଡ଼ିକର ସୂଚନା ଇରାନକୁ ଦେଉଛି । ଫଳରେ ଇରାନର ଡ୍ରୋନ୍ ଓ ମିସାଇଲ୍ ମାଡ଼ରେ ଆମେରିକୀୟ ସୈନ୍ୟ ମୃତାହତ ହେଉଛନ୍ତି । ଗୋଟିଏ ପଟେ ଆମେରିକାର ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ କହୁଛନ୍ତି ଯେ ରୁଷ ସାହାଯ୍ୟ କରୁନାହିଁ, କିନ୍ତୁ ଟ୍ରମ୍ପ ନିଜେ ଏହାକୁ ସ୍ୱୀକାର କରିଛନ୍ତି। ଆମେରିକା ଇରାନର ଶକ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛି ବୋଲି ଟ୍ରମ୍ପ କହିଛନ୍ତି ।