
ଇସଲାମାବାଦ : ଆମେରିକା, ଇସ୍ରାଏଲ ଏବଂ ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଯୁଦ୍ଧରେ ନୂଆ ମୋର୍ଚ୍ଚା ଖୋଲିଛି । ପ୍ରଥମେ ପାକିସ୍ତାନ ଆଫଗାନିସ୍ତାନର କାବୁଲ, କାନ୍ଦାହାର, ପାକଟିଆ ଏବଂ ପାକଟିକାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପ୍ରତିଶୋଧ ପରାୟଣ ହୋଇ ତାଲିବାନ୍ ଇସଲାମାବାଦ ଏବଂ ପେଶାୱାରକୁ ଧ୍ବଂସ କରି ଦେଇଥିଲା । କିସ୍ତାନ ବାୟୁସେନା କାବୁଲ ଏବଂ କାନ୍ଦାହାରରେ ବୋମା ମାଡ଼ କରିଥିଲା । କାନ୍ଦାହାର ତାଲିବାନର ଅଲ-ବଦର କର୍ପସର ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଆକ୍ରମଣ ସମୟରେ ବରିଷ୍ଠ ତାଲିବାନ କମାଣ୍ଡରମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ଟିଟିପି ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା ବୋଲି ପାକିସ୍ତାନ ଦାବି କରୁଛି । କିନ୍ତୁ ପ୍ରକୃତ ସତ୍ୟ ଅନ୍ୟ କିଛି ରହିଛି ।
ସୂଚନାନୁଯାୟୀ, କାନ୍ଦାହାରର ଅହମଦ ଶାହ ବାବା ବିମାନବନ୍ଦର ନିକଟରେ ଏକ ବିସ୍ଫୋରଣ ଘଟିଥିଲା । ପ୍ରାଇଭେଟ୍ କମ୍ପାନୀ କାମ ଏୟାରର ତୈଳ ରିଫାଇନାରୀକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ଆଫଗାନିସ୍ତାନ ସିକ୍ୟୁରିଟି ଫୋର୍ସ ପାକିସ୍ତାନୀ ଆକ୍ରମଣର କଡ଼ା ଜବାବ ଦେଇଥିଲା । ଫଳରେ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରିବାକୁ ପଡିଥିଲା । ତାଲିବାନ ଇସଲାମାବାଦର ଫୈଜାବାଦ ଅଞ୍ଚଳର ପ୍ରମୁଖ ସାମରିକ ଷ୍ଟେସନ୍ ହମଜାକୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଯାହା ଦ୍ବାରା ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଲା । ଏହି ଆକ୍ରମଣରେ ଅନେକ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି । ତାଲିବାନମାନେ ପେଶାୱରରେ ଏକ ଡ୍ରୋନ ଆକ୍ରମଣ ମଧ୍ୟ କରିଥିଲେ ।
ଏହାରି ମଧ୍ୟରେ ପାକିସ୍ତାନ ଦ୍ୱାରା ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା । ଆଫଗାନିସ୍ତାନରେ କୁହାଯାଉଛି ଯେ, ପାକିସ୍ତାନ ଟିଟିପିର ଆଡ଼ୁ ନିରୀହ ଆଫଗାନମାନଙ୍କ ଉପରେ ଆକ୍ରମଣ କରୁଛି ଏବଂ ନିରୀହ ପିଲାମାନଙ୍କୁ ଟାର୍ଗେଟ କରାଯାଉଛି ।