ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

add-all

ବାଲିଗୁଡା(ନିସର୍ତ୍ତ ନ୍ୟୁଜ) ୧୪/୦୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଲେତିଙ୍ଗିଆ ଘାଟିରେ ଆଇଚର ଗାଡ଼ିରେ କନ୍ଦିବାନ୍ଦା ଗ୍ରାମର ସାହିଲ ପ୍ରଧାନ ନାମକ ଜୈନକ ଗଂଜେଇ ମାଫିଆ ଚୋରା ଚାଲାଣ କରୁଥିବା ବେଳେ ଆଇଚର ଗାଡିକୁ କାବୁ କରିଛି କ.ନୂଆଗାଁ ପୋଲିସ। ହେଲେ ଗଞ୍ଜେଇ ମାଫିଆ ସହିତ ଗାଡ଼ି ଚାଳକ ଫେରାର ହେବାରେ ସକ୍ଷମ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ କ.ନୂଆଗାଁ ଥାନା ର ଏକ ଦଶ ଜଣିଆ ପୋଲିସ ଦଳ ଶନିବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ବେଳେ ଲେତିଙ୍ଗିଆ ଘାଟିରେ ଗଞ୍ଜେଇ ସାତଟି ଅଖା ଆଇଚର ଗାଡ଼ିରେ ଧରି ବାହାର ରାଜ୍ୟକୁ ଚାଲାଣ କରାଯାଉ ଥିବା ବେଳେ ଗାଡିଟିକୁ କାବୁ କରିଛି ପୋଲିସ । ତେବେ ପୋଲିସ ଗାଡିକୁ ଦେଖି ଗଞ୍ଜେଇ ମାଫିଆ ଜଙ୍ଗଲକୁ ଦୌଡ଼ି ଖସି ପଳେଇବାରେ ସକ୍ଷମ ହୋଇଛି। ଉକ୍ତ ଗଞ୍ଜେଇ ଅଖାରେ ଥ‌ିବା ୧୦୫ କେଜି ଗଂଜେଇ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଜବତ କରିବା ସହିତ ଗଞ୍ଜେଇ ଚୋରା ଚାଲାଣକାରୀ ଓ ତେଲେଙ୍ଗାନା ରାଜ୍ୟର ଗାଡି ଟିଏସ ୧୦ ୟୁଏ ୦୩୫୬ ନମ୍ବର ଗାଡ଼ିକୁ ଜବତ କରିଛନ୍ତି।ଏଥିରେ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ବରେ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା,ଏଏସଆଇ ବାସୁଦେବ ପଣ୍ଡା ଓ ସୁରେନ୍ଦ୍ର ରାଜହଂସଙ୍କ ସମେତ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ। ଏନେଇ ଏନଡିପିଏସ ଧାରାରେ ଥାନା କେସ ନଂ ୪୯/୨୬ ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ମାଫିଆ ଚୋରା ଚାଲାଣକାରୀ ସାହିଲ ପ୍ରଧାନକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.