ଆରବି କୋଲା ମୃଦୁ ପାନୀୟ ଜଳ ଉଦ୍ୟୋଗର ଶୁଭାରମ୍ଭ

add-all

ମାଲକାନଗିରି, ୧୪।୩ : ମାଲକାନଗିରି ଜିଲ୍ଲା ସଦରର ବାସନ୍ତୀ ନଗରରେ ଆରବି କୋଲା ନାମକ ମୃଦୁ ପାନୀୟ ଜଳ ପ୍ରସ୍ତୁତ କାରୀ ଏକ ଘରୋଇ ଉଦ୍ୟୋଗର ଉଦଘାଟନ ହୋଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି ଶ୍ରୀନିବାସ ପାତ୍ର, ବରିଷ୍ଟ ସାମ୍ବାଦିକ ଗୋପିକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ଏହାର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜରୁରୀ କାର୍ଯ୍ୟ ଯୋଗୁଁ ସେ ଏଥିରେ ଅନୁପସ୍ଥିତ ରହିଥିଲେ। ତେବେ ଅନୁଷ୍ଠାନର ଉନ୍ନତି କାମନା କରୀ ଶୁଭେଛା ଜଣାଇଥିଲେ। ଏହି ଆରବି କୋଲା ମୃଦୁ ପାନୀୟ ଜଳ ଉତ୍ପାଦନ କାରୀ ସଂସ୍ଥାର ମାଲିକ ରାଜେସ କୁମାର ବେପାରୀ ନିଜସ୍ୱ ଉଦ୍ୟମରେ ଏହାର ଆରମ୍ଭ କରିଥିବା ବେଳେ ଏହି ଉଦ୍ୟୋଗ ଜିଲ୍ଲା ବାସୀଙ୍କୁ ଉତ୍ତମ ମୃଦୁ ପାନୀୟ ଜଳ ଯୋଗାଇବା ସହ ସ୍ଥାନୀୟ ଆଞ୍ଚଳରେ ଯୁବକ ଯୁବତୀଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ପ୍ରତିଷ୍ଠିତ ବ୍ୟକ୍ତି, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.