ଗୋ ଚୋରା ଚାଲାଣ ବେଳେ ୮୧ ଗାଇଙ୍କୁ ଉଦ୍ଧାର କଲା ପୋଲିସ, କଣ୍ଟେନର ଜବତ, ଚାଳକ ଅଟକ

add-all

ମାଲକାନଗିରି, ୧୪।୩ ମାଲକାନଗିରି ଜିଲ୍ଲାରେ ଧରାପଡିଲେ ଗୋ ଚୋରା ଚାଲାଣକାରୀ। ନବରଙ୍ଗପୁର ଜିଲ୍ଲାରୁ ୮୧ ଗାଈଙ୍କୁ ନେଇ ଏକ କଣ୍ଟେନର ମାଧ୍ୟମରେ ଚୋରାଚାଲାଣ କରାଯାଉଥିବା ବେଳେ ମାଲକାନଗିରି ପୁଲିସ ଦ୍ଵାରା ଧରା ପଡିଥିଲେ। ପୋଲିସ ନିକଟରୁ ମିଳିଥିବା ସୂଚନାନୁଯାୟୀ ମାଲକାନଗିରି ଆଦର୍ଶ ଥାନା ପୋଲିସ ପକ୍ଷରୁ ନୀତିଦିନିଆ ପାଟ୍ରୋଲିଂ ବେଳେ ଏକ କଣ୍ଟେନରରେ ଗାଈ ଚୋରାଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଜିଲ୍ଲାର ଚମ୍ପାଖାରି ଚେକ୍ ପୋଷ୍ଟ ନିକଟରେ ଏଚ ଆର ୫୫ ଭି ୯୮୮୬ ନମ୍ବର ଥିବା କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲେ ପୋଲିସ ଦଳ। ଏହି ଯାଞ୍ଚ ବେଳେ କଣ୍ଟେନର ଭିତରେ ୮୧ ଗାଈ ଥିବା ଜଣାପଡ଼ିଥିଲା। ତୁରନ୍ତ କଣ୍ଟେନରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରାଖୀ ଗାଈ ଗୁଡିକୁ କାଞ୍ଜିଆହୁଦାକୁ ନେଇଥିଲା ପୋଲିସ। ତେବେ ଏନେଇ ଏକ ମାମଲା ରୁଜ୍ଜୁ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.