ପ୍ରଥମ ଡିଜିଟାଲ ଜନଗଣନା ପାଇଁ ପ୍ରାକ୍ ପ୍ରସ୍ତୁତି

newyr25

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ଡିଜିଟାଲ ଜନଗଣନା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ତହସିଲଦାର ଜି ଶ୍ରୀନୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ନୀରିକ୍ଷକ ମାନେ ଏକାଠି ହୋଇ ଓଡ଼ଗାଁ ବ୍ଲକର ଗ୍ରାମ୍ୟ ସ୍ତରୀୟ ମ୍ୟାପ ପ୍ରସ୍ତୁତ କରିଥିବା ବେଳେ ଅପ୍ରେଲ ୧୬ ତାରିଖରୁ ମେ ମାସ ୧୫ତାରିଖ ପର୍ଯ୍ୟନ୍ତ ଗୃହ ଗଣନାର ତାଲିକା ପ୍ରସ୍ତୁତ କରିବେ ।

ଜଣେ ସୁପରଭାଇଜରଙ୍କ ତତ୍ତ୍ଵାବଧାନରେ ୬ଜଣ ଗଣନାକାରୀ କାର୍ଯ୍ୟ କରିବେ ଏବଂ ଜଣେ ଗଣନାକାରୀ ୧୫୦ ଘର ବା ୭ଶହ ରୁ ୮ଶହ ଜନସଂଖ୍ୟା ଗଣନା କରିବେ ।ନାଗରିକ ମାନେ ଚାହିଁଲେ ଅପେଲ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ନିଜ ସମ୍ପର୍କିତ ତଥ୍ୟ (ସେଲ୍ଫ ଏନୁମୋରେସନ) ଅପଲୋଡ଼ କରିପାରିବେ ।ସୂଚନା ଯୋଗ୍ୟ ଯେ ୧୯୪୮ ମସିହାରେ ସ୍ଵାଧୀନ ଭାରତର ପ୍ରଥମ ଜନଗଣନା ହୋଇଥିଲା ଏବଂ ୨୦୨୭ ମସିହାରେ ପ୍ରଥମ ଡିଜିଟାଲ ଓ ଷୋଡଶତମ ଜନଗଣନା ପାଇଁ ସମଗ୍ର ଭାରତ ବର୍ଷରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି ।

Leave A Reply

Your email address will not be published.