
ନୟାଗଡ଼,୧୭/୦୩(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘୁନାଥ ପୁର ଗ୍ରାମର ବଳରାମ ସନାୟକଙ୍କ ସ୍ମୁତି ଚାରଣ ସଭା ନରୋତ୍ତମ ନାୟକଙ୍କ ତତ୍ୱାବଧାନରେ ନିଜ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଜେଡି ଯୁବ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ପୂର୍ବତନ ସରପଞ୍ଚ ସଚ୍ଚିକାନ୍ତ ଷଡଙ୍ଗୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତିମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଶ୍ରଦ୍ଧା ସୁମନ ଅର୍ପଣ କରି ୧ ମିନିଟ୍ ନିରବ ପ୍ରାର୍ଥନ କରିଥିଲେ ।
ସମସ୍ତ ଅତିଥିମାନେ ସ୍ବର୍ଗତ ବଳରାମ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ନାୟକ ଏକାଧାରରେ ଜଣେ ସମାଜସେବୀ,ପରୋପକାରୀ, ମିଷ୍ଠଭାଷୀ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ ବୋଲି ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ପ୍ରଫୁଲ୍ଲ କୁମାର ନାୟକ ନିଜ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ବର୍ଗତ ଶ୍ରୀ ନାୟକଙ୍କ ଜ୍ୟେଷ୍ଠ ପୁତ୍ର ନରୋତ୍ତମ ନାୟକ ପରିଚାଳନା କରିଥିଲେ । ପରିଶେଷରେ ତାଙ୍କର କନିଷ୍ଠ ପୁତ୍ର ଗୌତମ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।