
ଭୁବନେଶ୍ୱର : ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ରୁ ମୁକ୍ତି ପାଇବା ପାଇଁ ପାଇଁ ଦଶ କୋଟିରେ ବିକ୍ରି ହେଲେ କଂଗ୍ରେସ ବିଧାୟକ ରମେଶ ଜେନା ବୋଲି ଗଞ୍ଜାମ ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। କଂଗ୍ରେସ ଦଳକୁ ବିଜେଡ଼ି ପାଖରେ ବିକ୍ରି କରି ନିଜେ କୁଆଡ଼େ ତିନି ଥର ବିଧାୟକ। ରମେଶ ଜେନା ବିଧାୟକ ହେବା ପରଠାରୁ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳକୁ ବିକ୍ରି କରି ଦୁର୍ବଳ ପ୍ରାର୍ଥୀଙ୍କ ନାଁ ସୁପାରିଶ କରି କୁଆଡ଼େ ବିଧାନସଭା ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ମାନେ ସେମାନଙ୍କ ଅମାନତ ହରେଇ ବି ଥିବାର ନଜିର ରହିଛି। ଏପରିକି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନଖେମୁଣ୍ଡି ଏବଂ ଧରାକୋଟ ବ୍ଲକରେ ଅଧକ୍ଷ ପଦ ହାସଲ କରିନାହାନ୍ତି, ତାଙ୍କ ସମର୍ଥକ।
କଂଗ୍ରେସ ଦଳ ପାଇଁ ସେ ସମ୍ପତ୍ତି ନଥିଲେ କିନ୍ତୁ କଂଗ୍ରେସ ଦଳ ତାଙ୍କ ପାଇଁ ସମ୍ପତ୍ତି ଥିଲା ବୋଲି ଆଲୋଚନା ହେଉଛି। ଯେତେବେଳେ ଶ୍ରୀ ଜେନା ଜେଲରେ ଥିଲେ କଂଗ୍ରେସ ଦଳର ପୂର୍ବତନ ବିରୋଧି ଦଳ ନେତା ନରସିଂହ ମିଶ୍ର ତାଙ୍କ ପାଇଁ ବ୍ରହ୍ମପୁର କୋର୍ଟକୁ ଆସି ତାଙ୍କର କେଶ ପରିଚାଳନା କରିଥିଲେ ଏବଂ କଂଗ୍ରେସ ଦଳ ଜେନା ଜେଲରେ ଥିବା ବେଳେ ଯୋଗାଯୋଗରେ ଥିଲେ। ଅତଏବ ଜେନାଙ୍କ ଦଳ ବିରୋଧି କାର୍ଯ୍ୟ କଳାପ କଂଗ୍ରେସ ଦଳ କ୍ଷତି ହେବନାହିଁ ବୋଲି ରାଜନୈତିକ ମହଲ ରେ ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ବାଲି, ମାଫିଆ, ମଦ ମାଫିଆ ଚିଟ ଫଣ୍ଡ ଦୁର୍ନୀତି ଗ୍ରସ୍ତ ନେତା ବିଜେପି ରେ ସାମିଲ ହୋଇ ନିଜକୁ ଇଡ଼ି, ସିବିଆଇ ଏବଂ ଜେଲକୁ ନଯିବା ପାଇଁ ଦଳ ବିରୋଧି କାର୍ଯ୍ୟ କରିଥିବା ଚର୍ଚ୍ଚା ହେଉଛି।