ମଶାବାରୀ ନୂଆସାହି ରୁ ୫ଗଡି ଶାଗୁଆନ କାଠ ଜବତ ।

add-all

ନୟାଗଡ଼:ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ସ୍ଥାନୀୟ ମଶାବାରୀ ନୂଆସାହିରୁ ବନ ବିଭାଗ ୫ଗଡି ଶାଗୁଆନ କାଠ ଜବତ କରାଯାଇଛି। ଏହି ଜବତ କାଠର ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି। ମଶାବାରୀ ନୂଆସାହିରେ ସରକାରୀ ଜାଗାରେ ଥିବା ଏକ ଶାଗୁଆନ ଗଛ କରାଯାଇଥିବା ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ବନ କର୍ମଚାରୀଙ୍କୁ ଗଛ କଟାଯାଇଥିବା ସ୍ଥାନକୁ ପଠାଇ ଥିଲେ ।ମାତ୍ର ଗଛଟି ସରକାରୀ ସ୍ଥାନରେ କିମ୍ବା ବେସରକାରୀ ସ୍ଥାନରେ ରହିଛି ତାହା ଜାଣିବା ପାଇଁ ରାଜସ୍ବ ନୀରିକ୍ଷକଙ୍କ ସହଯୋଗ ନିଆଯାଇ ଥିଲେ ମଧ୍ୟ ଗଛର ସ୍ଥିତି ବିଷୟରେ ଜଣା ପଡ଼ିନଥିଲା ।

ପୁନର୍ବାର ରେଞ୍ଜରଙ୍କ ନିର୍ଦ୍ଦେଶରେ ବନରକ୍ଷୀ ସୌମ୍ୟ ରଂଜନ ଦଳେଇଙ୍କ ନେତୃତ୍ୱରେ ସ୍କ୍ୱାର୍ଡ ଦଳକୁ ସାଙ୍ଗରେ ନେଇ ଗଛ କଟାଯାଇଥିବା ସ୍ଥାନରେ ପହଞ୍ଚିଥିଲେ ।ଗଛ କଟାଯାଇଥିବା ସ୍ଥାନରେ ପୂର୍ବରୁ ପଡିରହିଥିବା ଶାଗୁଆନ କାଠକୁ ନେବାକୁ କୌଣସି ଦାବିଦାର ଆସିଲେ ନାହିଁ ।ଫଳରେ ବନ କର୍ମଚାରୀ ମାନେ ଉକ୍ତ କାଠକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ ।
ଜବତ ହୋଇଥିବା କାଠ ଗୁଡ଼ିକ ମଧ୍ୟରୁ ଗୋଟିଏ ୭ଫୁଟ ଲମ୍ବା ହୋଇଥିବା ବେଳେ ଅନ୍ୟ ଗୁଡ଼ିକ ୪-୫ ଫୁଟ ଲମ୍ବା ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଗଛ କଟା ଯିବା ପରେ ଯଦି କଟା ଯାଇଥିବା ଅଂଶ ଗଛ ମୂଳରେ ପଡ଼ିଥାଏ ତେବେ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନକରି କାଠ ଗୁଡ଼ିକୁ ଜବତ କରିପାରିବ ମାତ୍ର ଗଛ କାଟିବା ଅନୁମତି ଥିଲେ କାଠ ଜବତ ହୋଇପାରିବ ନାହିଁ।

ad-week
Leave A Reply

Your email address will not be published.