ପ୍ରଶାସନ ର ଧାରା ୧୪୪ କୁ ଫୁ,ବେଆଇନ କେନ୍ଦୁପଦର ବାଲି ଘାଟ ପୁଣି ଚାଲୁଛି ….!

add-all

ମୁଣ୍ଡ ଗଡ଼ିଲେ ପ୍ରଶାସନ ଦାୟୀ ରହିବତ…???

ବାଲି ଉତ୍ତୋଳନ କୁ ନେଇ ଦୁଇ ଗୋଷ୍ଠି ମୁହାଁ ମୁହିଁ…!
ବ୍ରହ୍ମପୁର: ଆସିକା ଅଞ୍ଚଳ ରେ ଥିବା ବେଆଇନ ବାଲି ଘାଟ ପ୍ରଶାସନ ବନ୍ଦ କରୁଥିବା ବେଳେ ବାଲି ମାଫିଆ ମାନେ ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରେ ଚାଲୁ କରୁଛନ୍ତି। ତାହାର ନଗ୍ନ ନମୁନା ଏବେ କେନ୍ଦୁପଦର ବେଆଇନ ବାଲି ଘାଟରେ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ କେନ୍ଦୁପଦର ବାଲି ଘାଟ ଉପରେ କିଛି ଦିନ ତଳେ ୧୪୪ ଧାରା ଲଗାଯାଇ ଥିଲା। ଦୁଇ ଦିନ ହେଲା ଏହି ବେଆଇନ ଘାଟରୁ ବାଲି ଉତ୍ତୋଳନ ହେଉଥିବା ଜଣାପଡିଛି। ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇ ବାଲି ମାଫିଆ ମାନେ ଖୁଲାମ ଖୁଲା ବାଲି ଚାଲାଣ କରୁଛନ୍ତି। ଆଜି ରାତ୍ର ୯ ଘଣ୍ଟା ସମୟରେ ଚୋରା ବାଲି ଚାଲାଣ କୁ ବିରୋଧ କରି ଅନ୍ୟ ଏକ ଗୋଷ୍ଠିର ଶତାଧିକ ଯୁବକ ମାନେ କେନ୍ଦୁପଦର ଘାଟରେ ପହଞ୍ଚି ବା ପରେ ଉଭୟ ଗୋଷ୍ଠି ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିବା ଜଣାପଡିଛି। ଜଦି କିଛିବି ଅଘଟଣ ଘଟେ ତେବେ ପ୍ରଶାସନ ଦାୟୀ ରହିବ ତ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି l ଘଟଣା କୁ ନେଇ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଛି ଦେଖାଯାଉ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.