ଆଦିତ୍ୟ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

add-all

ବ୍ରହ୍ମପୁର : ଆଦିତ୍ୟ ବାହିନୀ -ଆନନ୍ଦ ବାହିନୀ ଓ ପୀଠ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଭାରତୀୟ ନବବର୍ଷ ସ୍ଥାନୀୟ ପାତାଳେଶ୍ବର ମନ୍ଦିର ପରିସରରେ ପାଳିତ ହୋଇ ଯାଇଛି।
କ୍ଷେତ୍ରୀୟ ସମ୍ପାଦକ ଡଃ ହୃଷୀକେଶ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ହିନ୍ଦୁ ଧର୍ମର ସଂରକ୍ଷକ ଆଦି ଶଙ୍କରାଚାର୍ଯ୍ୟଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପୂଜାର୍ଚ୍ଚନା କରିଥିଲେ ପଣ୍ଡିତ ଗୋପାଳ କୃଷ୍ଣ ପାଢ଼ୀ। ସଭାପତି ଶିବଶଙ୍କର ମାଦଳା ଗୁରୁ ବନ୍ଦନ ଗାନ କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ସାହୁ ଶ୍ରୀ ହନୁମାନ ଚାଳିଶା ପାରାୟଣ କରିଥିଲେ।
ତାପରେ ଆଜିର ରାଷ୍ଟ୍ରୀୟ ନବବର୍ଷ ଦିନର ତାତ୍ପର୍ଯ୍ୟ ବିଷୟରେ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଉଦ୍ ଶୋଧନ ଦେଇଥିଲେ। ଅନ୍ୟ ତମ ବକ୍ତା ଭାବେ କର୍ଣ୍ଣଲ ଦେବେନ୍ଦ୍ର ରଥ , ଶାନ୍ତି ଲତା ପାଢ଼ୀ, ଉଦ୍ ଶୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଷମା ପଣ୍ଡା, ବନୀତା ବେହେରା,କେ,ନଦୀଆ ରାଣୀ, ଅନୀଲ କୁମାର ଚୈଧୁରୀ,ନରସିଂହ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଅଧ୍ୟାପକ ମନୋରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷ ରାମ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆରତୀ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।
ସ୍ବର୍ଗତ ଇଂ ସୂର୍ଯ୍ୟ ନାରାୟଣ ରଥଙ୍କ ଅକାଳ ବିୟୋଗରେ ସମସ୍ତ ସଦସ୍ୟ ମ୍ରିୟମାଣ ଥିବାବେଳେ ତାଙ୍କ ଜାମାତା କର୍ଣ୍ଣଲ ଦେବେନ୍ଦ୍ର ରଥ ଙ୍କୁ ସଭାପତି ପଦବୀ ଅର୍ପଣ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ ପୁରୀ ପୀଠ ପରିଷଦକୁ ଅନୁମୋଦନ ପାଇଁ ପଠାଯିବା କୁ ସ୍ଥିର କରାଗଲା।
ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ad-week
Leave A Reply

Your email address will not be published.