ବିଶ୍ୱ ଘର ଚଟିଆ ଦିବସ ପାଳିତ…

add-all

ବ୍ରହ୍ମପୁର :୨୦/୦୩/୨୬ ରିଖ ଶୁକ୍ରବାର, ମାର୍ଚ୍ଚ ମାସ କୋଡିଏ ତାରିଖ ବିଶ୍ୱ ଘର ଚଟିଆ ଦିବସ ଭାବେ ପାଳନ କରାଯାଉଛି l ଘର ଚଟିଆ ବଂଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ବର୍ଷ ବ୍ୟାପି ଅହରହ ଉଦ୍ୟମ ଚଳାଇଛନ୍ତି l ଗଞ୍ଜାମ ଜିଲ୍ଲା ଗୁଣ୍ଠବନ୍ଧ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ଦୀର୍ଘ ତେର ବର୍ଷ ଧରି ଘର ଚଟିଆ ସୁରକ୍ଷା ପାଇଁ ଗଞ୍ଜାମ, ଗଜପତି ଓ ଜଗତସିଂହପୁର ଜିଲ୍ଲର ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟକ୍ରମ କରିଆସୁଛି, ସଂରକ୍ଷଣ ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ଘଟିଛି l
ଆଜି ବିଶ୍ୱ ଘର ଚଟିଆ ଦିବସ ଉପଲକ୍ଷେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ଗ୍ରାମରେ ବିଶ୍ବ ଘର ଚଟିଆ ଦିବସ ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଲୋକଙ୍କୁ ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ଓ ଆବଶକ୍ୟତା ବିଷୟରେ ଲୋକଙ୍କୁ ବୁଝାଯାଇଛି l ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତି ରେ ଗ୍ରାମବାସୀ ମାନଙ୍କୁ କୃତିମ ବାସ, ଖାଦ୍ୟ ସ୍ଥଳୀ ଓ ପକ୍ଷୀ ପଶୁ ଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ପାତ୍ର ବଣ୍ଟନ କରାଯିବା ସଙ୍ଗେ ସଙ୍ଗେ ଲୋକଙ୍କ ଦୁଆର ମୁହଁରେ କୃତିମ ବସା ସ୍ଥାପନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବିଜେନ୍ଦ୍ର ମାଝୀ, କୋଷାଧକ୍ଷ ଧର୍ମରାଜ ପାତ୍ର,ନଳିନୀ କାନ୍ତ ପରିଡା, ଶ୍ରୀକାନ୍ତ ମହାନ୍ତି, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶିବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.