
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ସମସ୍ତ ମଣ୍ଡି ରେ ଖରିଫ ରୁତୁ ଧାନ ଉଠୁ ନ ଥିବା ପ୍ରତିବାଦ ଏବଂ ଗ୍ୟାସ ପେଟ୍ରୋଲ ଠିକ ସମୟରେ ଯୋଗାଇଦେବା ସହ ଅନ୍ୟାନ୍ୟ ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ଜିଲ୍ଲା ବନ୍ଦ ଡାକରା ଦିଆ ଯାଇଛି l କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରା ଯାଉଥିବା ଦେଖିବାକୁ ମିଳିଛି l ମାଲକାନଗିରି ମୁଖ୍ୟ ସଡ଼କ ବସଷ୍ଟାଣ୍ଡ ଓ ଡିଏନକେ ଛକଠାରେ ଜାତୀୟ ରାଜପଥ ଉପରେ ବ୍ୟାରିକେଡ ଦେଇ ରାସ୍ତା ଅବରୋଧ କରିଥିଲେ ।
ବନ୍ଦ ଡାକରା ଯୋଗୁଁ ସଦର ମହକୁମାର ସହ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି l ବନ୍ଦ ପାଳନ ଯୋଗୁ ଅନ୍ତରାଜ୍ଯ ଯୋଗାଯୋଗ ବନ୍ଦ ହୋଇଥିବା ପଡୋଶୀ ରାଜ୍ୟ ତେଲେଙ୍ଗାନା ,ଛଟିଶଗଡ ଓ ଆନ୍ଧ୍ର ପ୍ରଦେଶ କୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି l ବନ୍ଦ ପାଳନ ର ମୁଖ୍ୟ ଦାବି ମଧ୍ୟରେ ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡିର ଧାନ ଉଠାଇବା, ଅଦିନୀୟା କାଳ ବୈଶାଖୀରେ କ୍ଷତି ହେଇଥିବା ଧାନର କ୍ଷତି ପୁରଣ ଯୋଗାଇ ଦେବା, ଚାଷିଙ୍କୁ ୩ ବର୍ଷର ଖାଲିବସ୍ତାର ଟଙ୍କା ଫେରେଇବା , ଅଭାବୀ ସିଲିଣ୍ଡର ଗ୍ୟାସ, ଡିଜେଲ ଓ ପେଟ୍ରୋଲ ଠିକ ସମୟରେ ଯୋଗାଇଦେବା ଭଳି ଦାବି ନେଇ ଆଜି ଏକ ଦିନିଆ ବନ୍ଦ ପାଳନ କରା ଯାଉଚି l ବନ୍ଦ ପାଳନ ଯୋଗୁ ଜାତୀୟ ରାଜପଥ ରେ ଯାଉଥିବା ସମସ୍ତ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି l ରାସ୍ତାର ଉଭୟ ପରେ ବସ ଟ୍ରକ ଏବଂ ଅନ୍ୟନ୍ୟ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି l ଆଜିର ଏହି ବନ୍ଦ ପାଲନ ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ କର୍ମୀ ମୁତୟନ ରହିଥିବା ଦେଖିବାକୁ ମିଳିଛି ।ଆଜିର ଏହି ବନ୍ଦ ପାଳନରେ ଜିଲା କଂଗ୍ରେସ କମିଟି ସଭାପତି ଜି. ଶ୍ରୀନିବାସ ରାଓ, ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, କଂଗ୍ରେସ ବରିଷ୍ଠ କର୍ମୀ ପ୍ରଭାକର ପାଳ, ପି. କେଶୁ ରାଓ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳଙ୍କ ସହକର୍ମୀ ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।