ଏମଭି ୫୮ ଓ ଏମଭି ୯୫ରେ ବାସନ୍ତୀ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

add-all

ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୫୮ ଓ ଗିରିକାନପଲ୍ଲୀ ପଞ୍ଚାୟତ ଏମଭି ୯୫ ଗ୍ରାମରେ ଗତ ୨୩ ତାରିଖରୁ ମା ବାସନ୍ତୀଙ୍କ ପୂଜା ଧୁମଧାମରେ ଜାରୀ ରହିଥିବା ଦେଖିବାକୁ ମିଳିଛି । ଗତ ସୋମବାର ଦିନ ସ୍ଥାନୀୟ ନଦୀରୁ ଜଳ ଆଣି ଘଟ ବସାଇବା ପରେ ମଙ୍ଗଳବାର ଦିନ ଠାରୁ ଷଷ୍ଠୀ ପୂଜା ଆରମ୍ଭ ହୋଇଥିଲା। ଏହାପରେ ବଙ୍ଗୀୟ ରୀତିନୀତି ଅନୁସାରେ ମା ଦୁର୍ଗାଙ୍କୁ ବାସନ୍ତୀ ରୂପରେ ପୂଜାର୍ଚନା ବିଧିପୂର୍ବକ କରାଯାଇଥିଲା। ଷଷ୍ଠୀ ରେ ଦେବୀ ମା ଙ୍କୁ ଆହ୍ଵାନ କରାଯାଇ ସପ୍ତମୀ ଦିନ ଦେବୀପୂଜା କରାଯାଇଛି। ଏହାପରେ ଅଷ୍ଟମୀ ଓ ନବମୀ ଦିନ ନବରାତ୍ର ପୂଜା ସହ ଶନିବାର ଦିନ ଦଶମୀ ପୂଜା ହୋଇ ପୂଜା କାର୍ଯ୍ୟ ସମାପନ ହେବ ବୋଲି ଜଣାପଡ଼ିଛି । ଏହି ଅବସରରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସ୍ଥାନୀୟ ପୂଜା ପଡିଆ କୁ ରଙ୍ଗିନ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ବାସନ୍ତୀ ପୂଜା ଅବସରରେ ସୁରକ୍ଷା ଦୃଷ୍ଟିରୁ ପୂଜା ପଡିଆ ଗୁଡିକରେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଏମଭି ୫୮ ବାସନ୍ତୀ ପୂଜା କମିଟି ରେ ସଭାପତି ଶ୍ୟାମାନନ୍ଦ ହାଲଦାର, ସମ୍ପାଦକ ସୁବ୍ରତ ବାନାର୍ଜୀ, ଇନ୍ଦ୍ରଜିତ ସରକାର, ବାସୁଦେବ ସରଦାର, ସୌମେନ୍ଦ୍ର ରାୟ, ଗୋପାଲ ବିଶ୍ବାସ ଓ ସଂଜୟ ମଜୁମଦାର ରହିଥିବା ବେଳେ ଏମଭି ୯୫ ପୂଜା କମିଟି ଅନନ୍ତ ମଣ୍ଡଲ,ଶଙ୍କର ଦତ୍ତ, କମଳ ମଣ୍ଡଲ, କୃଷ୍ଣପଦ ମିସ୍ତ୍ରୀ, ଅପୂର୍ବ ବିଶ୍ବାସ ଓ ସମରେଶ ସରକାର ସରକାର ପ୍ରମୁଖ ରହି ପୂଜା କାର୍ଯ୍ୟ ପରିଚାଳନା କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.