ସଚେତନତା ସତ୍ତ୍ୱେ ଡ୍ରପ ଆଉଟ୍ କମୁନି : ଭୁଷୁଡୁଛି ଶିକ୍ଷା ବ୍ୟବସ୍ଥା…

add-all


ନୟାଗଡ଼ : ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଅଧାରୁ ପାଠପଢ଼ା ଯେପରି ବନ୍ଦ ନହୁଏ, ସେଥିପ୍ରତି ଏକାଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି ।ମାତ୍ର ଏହି ସଚେତନତା କୌଣସି କାମରେ ଆସୁନାହିଁ ।ଏବେବି ଜିଲ୍ଲାରେ ଡ୍ରପ ଆଉଟ୍ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଦେଇଥିବା ସୂଚନା ଅନୁଯାୟୀ ଏବେବି ପ୍ରତି ଶହେ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୮ ଜଣ ଛାତ୍ରଛାତ୍ରୀ ପାଠ ପଢା ଛାଡୁଛନ୍ତି ।ଯାହାକି ଜିଲ୍ଲା ଶିକ୍ଷା ବିଭାଗର ଚିନ୍ତା ବଢାଇ ଦେଇଛି। ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟରେ ଗତ ୨୦୨୪-୨୫ ବର୍ଷରେ ବିଭିନ୍ନ ସ୍ତରରେ ଡ୍ରପ ଆଉଟ୍ ସମ୍ବନ୍ଧୀୟ ସୂଚନା ପ୍ରଦାନରେ ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷାରେ ପ୍ରତି ହଜାର ଛାତ୍ରଛାତ୍ରୀ ମଧ୍ୟରେ ୮ ଜଣ ଛାତ୍ର ଓ ୩ଜଣ ଛାତ୍ରୀ ପାଠପଢ଼ା ଛାଡୁଥିବା ବେଳେ ଉଚ୍ଚ ପ୍ରାଥମିକ ଶିକ୍ଷା ବର୍ଗରେ ହଜାର ଛାତ୍ରଛାତ୍ରୀ ମଧ୍ୟରୁ ୬ଜଣ ଛାତ୍ର ଓ ୭ ଜଣ ଛାତ୍ରୀ ପାଠପଢ଼ା ଛାଡୁଛନ୍ତି ।ସେହିପରି ମାଧ୍ୟମିକ ଶିକ୍ଷା ବର୍ଗରେ ୧୦ ଜଣ ଛାତ୍ର ଓ ୬ ଜଣ ଛାତ୍ରୀ ପାଠପଢ଼ା ଛାଡୁଛନ୍ତି ।ଯଦି ଏପରି ସ୍ଥିତି ଲାଗିରହେ ଆଗାମୀ ଦିନରେ ଏହି ଡ୍ରପ ଆଉଟ୍ ସଂଖ୍ୟା ବଢିବାର ଆଶଙ୍କା ରହିଛି।ଚଳିତ ବର୍ଷ ଜିଲ୍ଲାରେ ମୋଟ ୭୫ଟି କେନ୍ଦ୍ରରେ ୧୨୫୯୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିବା ବେଳେ ୧୨,୩୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ମଧ୍ୟ ପରୀକ୍ଷା ଦେଇନଥିଲେ ।ଅଧିକାଂଶ ପରିବାରରେ ପୁଅ ଟିକେ ବଡ଼ ହେଲେ ପେଟ ପୋଷିବା ପାଇଁ ମଜୁରୀ କିମ୍ବା ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ।ଅନେକ ଛାତ୍ରୀ ଅଳ୍ପ ବୟସରେ ବିବାହ କରିବା ପାଇଁ ପାଠପଢ଼ା ଛାଡୁଛନ୍ତି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରବେଶ ଉତ୍ସବ, ଶିକ୍ଷା ସଚେତନତା ରଥ, ଅଭିଭାବକ ଶିକ୍ଷକ ସଭା, ମାଧ୍ୟମିକ ଛାତ୍ରଛାତ୍ରୀ ମାନଙ୍କୁ ସାଇକେଲ, ମାଗଣା ୟୁନିଫର୍ମ, ମାଗଣା ପୁସ୍ତକ, ଛାତ୍ରବୃତ୍ତି, ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ସହିତ ସ୍ମାର୍ଟ କ୍ଲାସ ରୁମ୍ , ପାଠାଗାର ବ୍ୟବସ୍ଥା କରାଯାଉଛି ।ମାତ୍ର ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ରୋକ୍ ଲଗା ଯାଇନପରିବା ଚିନ୍ତାର କାରଣ ପାଲଟିଛି ।

ad-week
Leave A Reply

Your email address will not be published.