ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତ ଚରମ ଅବହେଳିତ…

add-all

ସରକାର ଏବଂ ପ୍ରଶାସନ ର ଦୃଷ୍ଟି ପଡିବ କେବେ…???
ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତରେ ସରକାରଙ୍କ ଚରମ ଅବହେଳା ଯୋଗୁଁ ଦୀର୍ଘ ୨୧ ମାସ ଧରି କୌଣସି ଅର୍ଥ ଆସିନାହିଁ ।ଫଳରେ ଉକ୍ତ ପଞ୍ଚାୟତ ଗୁଡିକରେ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି ।ମାତ୍ର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀରେ ଥିବା ଅନ୍ୟ ୧୮ଟି ପଞ୍ଚାୟତରେ ସ୍ପେସାଲ ପ୍ରୋକ୍ଟେସନ ଫଣ୍ଡ (ଏସପିଏଫ) ମାଧ୍ୟମରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି।ବିଜେପି ସରକାର ଗଠନ କରିବା ଏବଂ ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଜେପି ଦଳର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ତାଙ୍କର ନିର୍ବାଚନ ମଣ୍ଡଳୀରେ ଥିବା ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ଅନ୍ୟ ୧୮ଟି ପଞ୍ଚାୟତରେ ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିଧାନସଭା କ୍ଷେତ୍ର ହୋଇଥିବାରୁ ଏହି ପଞ୍ଚାୟତ ଗୁଡ଼ିକର ଉନ୍ନୟନ କାର୍ଯ୍ୟ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ ।ଗୋଟିଏ ବ୍ଲକରେ ଥିବା ୩୬ ପଞ୍ଚାୟତ ମଧ୍ୟରୁ ଅଲଗା ବିଧାନସଭା ନିର୍ବାଚନ ମଣ୍ଡଳୀ ଯୋଗୁଁ ରାଜନୀତିକ ଫାଇଦା ଉଦ୍ଦେଶ୍ୟରେ ରଣପୁର ବିଧାନସଭା କ୍ଷେତ୍ରର ଉକ୍ତ ୧୮ ପଞ୍ଚାୟତକୁ ଗୁରୁତ୍ଵ ଦିଆଯାଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସମସ୍ତ ବ୍ଲକକୁ ସମାନ ଭାବରେ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର ହେଉଥିଲା ।ମାତ୍ର ଏବେ ବିଜେପି ସରକାର ଆସିବା ପରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଏବଂ ଜନସାଧାରଣଙ୍କୁ ଅଣଦେଖା କରାଯାଉଥିବା ବେଳେ ରଣପୁର ନିର୍ବାଚନ ମଣ୍ଡଳୀରେ କିନ୍ତୁ ଭିନ୍ନ କିଛି ଦେଖିବାକୁ ମିଳୁଛି ।

ad-week
Leave A Reply

Your email address will not be published.