
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ମକରପଦା ଠାରେ ଓଡ଼ଗାଁ ପୋଲିସ ଚଢ଼ାଉ କରି ୧୧ ଟି ଏଲପିଜି ସିଲିଣ୍ଡର ଜବତ କରିଛି।ସମ୍ପ୍ରତି ଯୁଦ୍ଧ ପରିସ୍ଥିତିରେ ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ପେଟ୍ରୋଲିୟମ ସାମଗ୍ରୀର ଆମଦାନୀ ବାଧାପ୍ରାପ୍ତ ଯୋଗୁଁ ବଜାରରେ ଏଗୁଡ଼ିକର ଘୋର ଅଭାବ ଦେଖାଯାଉଛି । ମାତ୍ର ବିଭିନ୍ନ ହୋଟେଲ ଓ ଫୁଟପାଥ ଦୋକାନ ଗୁଡ଼ିକରେ ଅନୈତିକ ଉପାୟରେ ଘରୋଇ ଏଲପିଜି ସିଲିଣ୍ଡର ବ୍ୟବହାର କରିଛନ୍ତି ।ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ପୋଲିସ ୧୧ ଏଲପିଜି ସିଲିଣ୍ଡର ଜବତ କରିଛି । ଏହାକୁ ନେଇ ଓଡ଼ଗାଁ ପୋଲିସ ୮୧/୨୬ ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି।