ଆସିକା ଅଞ୍ଚଳ ରେ ଜମି ଓ ମାଟି ମାଫିଆ ମାନଙ୍କ ଆତଙ୍କରାଜ ରାଜସ୍ୱ ବିଭାଗ ଜଳକା ……!

newyr25

ପ୍ରଶାସନ ବଟି ନେଇ ନିଘୋଡ଼ ନିଦ୍ରା ରେ…!

ସ୍ୱଳ୍ପ ରୟାଲଟି ଦେଇ ସହ ସହ ହାଇୱା ରେ ମାଟି ମୋରମ ଲୁଟ…..!
ବ୍ରହ୍ମପୁର : ଆସିକା ଅଞ୍ଚଳ ରେ ଚାଷଜମି ଗୁଡିକୁ ଶାଗ ମାଛ ଦରରେ କ୍ରୟ କରି ପ୍ଲଟ ନିର୍ମାଣ କରାଯାଉଛି। ପ୍ଲଟ ନିର୍ମାଣ ହୋଇଥିବା ଖାଲୁଆ ଜମିରେ ମାଟି ଓ ମୋରମ ଭର୍ତ୍ତି କରିବା ପାଇଁ ମାଟି ଓ ଜମି ଲୁଟ କରୁଥିବା ମାଫିଆ ମାନେ ଯେଉଁଠି ପାଇବେ ସେଠାରୁ ମାଟି ଓ ମୋରମ ଲୁଟ କରୁଛନ୍ତି। ରାଜସ୍ୱ ବିଭାଗ କୁ ସ୍ୱଳ୍ପ ପରିମାଣର ରୟାଲଟି ଦେଇ ଅଧିକାଂଶ କରି ରାତ୍ର ସମୟରେ ସହ ସହ ହାଇୱା ରେ ମାଟି ଓ ମୋରମ ଲୁଟ କରୁଛନ୍ତି। ରାଜସ୍ବ ବିଭାଗ କୁ ପଚାରିଲେ ରାୟଲଟି ର ଆଳ ଦେଖାଇ ଉତ୍ତର ମିଳୁଛି। ମୋରମ,ମାଟି ଓ ପ୍ଲଟ ମାଫିଆ ମାନଙ୍କୁ ସ୍ଥାନୀୟ ରାଜନେତାଙ୍କ ଆଶୀର୍ବାଦ ରହୁଥିବା ଚର୍ଚ୍ଚା ହେଉଛି। ଭିଜିଲାନ୍ସ ଦ୍ୱାରା ତଦନ୍ତ କଲେ କେତେ ଟଙ୍କାର ରୟାଲଟି ବନ୍ଧା ଯାଉଛି, କେତେ ହାଇୱା ମାଟି ଓ ମୋରମ ଲୁଟ ହେଉଛି, ତାହାର ଗୁମର ଖୋଲିବା ସହ ବାବୁ ମାନଙ୍କ କାରନାମା ପଦାକୁ ଆସିବ ବୋଲି ସାଧାରଣ ରେ ଦାବୀ ହେଉଛି। ଆସିକା ଅଞ୍ଚଳ ରେ ଜିଲ୍ଲାର ସର୍ବାଧିକ ମାଟି ଓ ମୋରମ ଲୁଟ ହେଉଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.