ଶ୍ରୀରାମ ନବମୀ ଉପଲକ୍ଷେ ବିଶାଳ ବାଇକ୍ ଶୋଭଯାତ୍ରା ଆୟୋଜିତ

add-all

ନୟାଗଡ଼ (ନିସର୍ତ୍ତ ) : ପବିତ୍ର ଶ୍ରୀରାମ ନବମୀ ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ବିରାଜିତ ପ୍ରଭୁ ଶ୍ରୀରଘୁନାଥଙ୍କ ପୀଠରେ ଶ୍ରୀରାମ ନବମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏନେଇ ରାଜସୁନାଖଳାର ଗୋପୀନାଥପୁର ସାହି ଏବଂ ନୃସିଂହପୁର ଟାଙ୍ଗି ସାହିର ଶ୍ରୀରଘୁନାଥଙ୍କ ପୀଠରେ ମଧ୍ୟ ଧୁମଧାମରେ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ଶ୍ରୀରାମଙ୍କ ଦର୍ଶନ ନିମନ୍ତେ ଶହ ଶହ ଭକ୍ତଙ୍କ ଭିଡ ଜମିଥିଲା। ମଧ୍ୟାହ୍ନ ସମୟରେ ରୀତି ନୀତି ଅନୁସାରେ ପୂଜା ଅର୍ଚ୍ଚନା ହେମ ଯଜ୍ଞ କରାଯାଇ ଶୁଭ ବେଳା ଅନୁଯାଇ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳିତ ହେଇଥିଲା। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ ଜମିଥିଲା। ନାମ ସଙ୍କୀର୍ତ୍ତନ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଥିବା ବେଳେ ସାରା ଅଞ୍ଚଳରେ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା।

ଶ୍ରୀରାମ ନବମୀ ବ୍ରତଧାରିମାନେ ପ୍ରଭୁଙ୍କ ନବମୀରେ ସାମିଲ ହେଇ ଆଶିଷ ଭିକ୍ଷା କରିଥିଲେ। ଏହି ଉତ୍ସବରେ ସ୍ଥାନୀୟ ଯୁବକମାନେ ବିଶେଷ ସହଯୋଗ କରିଥିଲେ । ଶ୍ରୀରାମନବମୀ ଉପଲକ୍ଷେ ରାଜସୁନାଖଳା ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭଯାତ୍ରା ଗୋପିନାଥପୁର ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ ନୃସିଂହପୁର ଶାସନ ସାହି, ଟାଙ୍ଗୀସାହି , ବଣିଆ ସାହି, ବଢେଇ ସାହି, ମିଶ୍ର ସାହି, ସୁନାଖଳା ସାହି ହୋଇ ଗୋପିନାଥପୁର ପର୍ଯ୍ୟନ୍ତ ଏହି ବିଶାଳ ବାଇକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶହ ଶହ ସଂଖ୍ୟାରେ ଯୁବକ ସାମିଲ ହୋଇଥିଲେ । ବାଇକ ଶୋଭା ଯାତ୍ରାରେ ଜୟ ଶ୍ରୀରାମ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।

ad-week
Leave A Reply

Your email address will not be published.