
ବଟି ଖାଇ ନିଘୋଡ଼ ନିଦ୍ରାରେ ଖଣି ଓ ରାଜସ୍ୱ ବିଭାଗ..,
ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ରାଜସ୍ବ ଓ ଖଣି ବିଭାଗ..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅନ୍ତର୍ଗତ କୋଟିନଡ଼ା ଥାନା ଇଲାକାରେ ଥିବା ସୁନାପଲ୍ଲୀ ନିକଟରେ ଥିବା ପାହାଡ଼ ଉପରେ ପୋଲିସ ର ଅତର୍କିତ ଚଢ଼ାଉ।ସେଠାରୁ ବିପୁଳ ପରିମାଣ ର ବିସ୍ପୋରକ ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ତହସିଲ ପକ୍ଷରୁ ଲିଜ ନଥିବା ଏହି ପାହାଡ଼ ନିକଟରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ଆଇପିଏସ ପ୍ରବେଶନିକ ଅଧିକାରୀ ନୀତେଶ ମିଶ୍ର ଏବଂ ତାଙ୍କ ଟିମ ଏବଂ କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀ ଏବଂ ତାଙ୍କ ଟିମ ପହଂଚି ଥିଲେ l ଉକ୍ତ ପଥର ବ୍ଲାଷ୍ଟିଙ୍ଗ ପାଇଁ ବ୍ୟବହୃତ ସାମଗ୍ରୀ କୁ ଜବତ କରିଥିବା ବେଳେ ଏଠାରେ ଥିବା କର୍ମଚାରୀ, ଶ୍ରମିକ କିମ୍ବା ମାଲିକ ଙ୍କ ଦେଖ ମିଳି ନଥିଲା। କୋଟିନଡା ଥାନା କେସ ନମ୍ବର ୧୦୪ /୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଦାମୋଦର ବିହାରୀ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଆସିକା ତହସିଲ ର ବିଭିନ୍ନ ଇଲାକାରେ ବେଆଇନ ପଥର ଖନନ ସାଙ୍ଗକୁ ମୋରମ ଲୁଟ ହେବା ସହ ପାହାଡ଼ ଫୁଟାଯାଉଥିବାର ଆଜିର ବିସ୍ଫୋରକ ଜବତ ପରେ ନଗ୍ନ ନମୁନା ଦେଖିବାକୁ ମିଳିଛି। ଏହି ବେଆଇନ ପଥର ଖାଦାନ କିଏ ଚଲେଇଥିଲା ତାହାର ଖବର ରାଜସ୍ୱ ଓ ଖଣି ବିଭାଗ ପାଖରେ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ରାଜନୈତିକ ଚାପ ଆଗରେ ପ୍ରଶାସନ ମୁଣ୍ଡ ନୂଆଁଇଥିବା ଆଲୋଚନା ହେଉଛି।ପଥର ମାଫିଆ ମାନେ ନିଜର କ୍ରସର ପାଇଁ ବିଭିନ୍ନ ପାହାଡ଼ ନିଜର ମନ ଇଚ୍ଛା ରେ ଫୁଟାଉଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ଏବଂ କନିସି ତହସିଲ ଅଞ୍ଚଳ ରେ ମାଳ ମାଳ କ୍ରସର କିନ୍ତୁ ପ୍ରଶାସନ ସବୁ ଜାଣି ନିରବ l ଏହି ଅଞ୍ଚଳ ରେ ଥିବା ପାହାଡ଼ ଲଣ୍ଡା ହେବା ସହିତ ମୋରମ ଲୁଟି ଚାଲିଛନ୍ତି ମାଫିଆ l ପ୍ରଶାସନ କୁ ହାତ ବାରିସୀ କରି କୋଟି କୋଟି ଟଙ୍କା ର ରାଜସ୍ବ ଲୁଟି ଚାଲିଛନ୍ତି ମାଫିଆ l ପୁଣି କନିସି ହେଉଛି ଖୋଦ ଖଣି ମନ୍ତ୍ରୀ ଙ୍କ ବାସ ଗୃହ ତେଣୁ ପ୍ରଶାସନ ଅଧିକାରୀ ମାନେ ଅଞ୍ଚଳ ଭିତରେ ପଶିବାକୁ କକୁଆ ଭୟ l ମାସିକିଆ ବଟି ନେଇ ଖଣି ଓ ରାଜସ୍ବ ଅଧିକାରୀ ମାନେ ନିରବ l ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l ବେନାମୀ କ୍ରସର ଚଳାଇବା ପାଇଁ ମାଫିଆ ମାନଙ୍କୁ ପଥର ନିହାତି ଆବଶ୍ୟକ ତେଣୁ ନାନା ପ୍ରକାର ବିସ୍ପୋରକ ଦ୍ଵାରା ପାହାଡ଼ ରୁ ପଥର ଫୁଟାଇ ଥାନ୍ତି l ଯାହାଫଳରେ ସରକାରୀ ରାଜସ୍ବ କ୍ଷତି ହୁଏ କିନ୍ତୁ ସରକାରୀ ବାବୁ ମାନଙ୍କ ରାଜସ୍ବ ବଢ଼ିବାରେ ଲାଗିଛି l ଦେଖା ଯାଉ ସରକାରଙ୍କ ଛାଟ କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା l