ଏକଦିବସୀୟ ଛତୁଚାଷ କର୍ମଶାଳା ଆୟୋଜିତ

add-all

ନୟାଗଡ଼ : ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ଏକ ଦିବସୀୟ ଛତୁ ଚାଷ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ପି ଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିପୁୂରଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ଦାସଙ୍କ ପୌରୋହିତ୍ୟରେ କର୍ମଶାଳାର ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମହିପୁୂର ବନ ବିଭାଗର ସହକାରୀ ବନ ସଂରକ୍ଷକ ଶ୍ରୀ ଅମ୍ରିତ କୁମାର ସାହୁ ଯୋଗ ଦେଇଥିଲେ, ସଷ୍ଟେନ ସାଭି ରିସର୍ଚ୍ଚ ଫାଉଣ୍ଡେସନ ନୟାଗଡ଼ର ବୈଷୟିକ ସହାୟତାରେ ଶିବିର ପରିଚାଳନା ହୋଇଥିଲା ।

ବିଶେଷଜ୍ଞ ଡ଼. ସୌଜନେନ୍ଦ୍ର ସ୍ୱାଇଁ, ସୁଶାନ୍ତ କୁମାର ମିଶ୍ର, ଓ ଛତୁ ଚାଷ ଉଦ୍ୟୋଗୀ ଲକ୍ଷ୍ମୀଧର ପେଣ୍ଠୋଇ ଯୋଗଦାନ ଦେଇ ଛତୁ ଚାଷ ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ କୌଶଳ ବିଷୟରେ ଜ୍ଞାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବ୍ୟାବହାରିକ କୌଶଳ ଜ୍ଞାନ ପ୍ରଦାନ କରିଥଲେ । ନୟାଗଡ଼ ଜିଲ୍ଲାର ୨୧ଟି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ମୋଟ ୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିରରେ ଯୋଗଦାନ ଦେଇଥିଲେ। ଦୈନନ୍ଦିନ ଜୀବନରେ କିପରି ଛତୁ ଚାଷ କରି ସ୍ଵାବଲମ୍ବୀ ହେବା ସହିତ ପୃଷ୍ଟିକର ଖାଦ୍ୟ ପାଇବା, ସେ ନେଇ ଶିବିରରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ପରିଚାଳନା କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ମହାବୀର ପ୍ରସାଦ ସାଥୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

ad-week
Leave A Reply

Your email address will not be published.