ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନ.ଏସ.ଏସ ସ୍ୱତନ୍ତ୍ର ଶିବିର ଉଦଯାପିତ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ସ୍ଥିତ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ର ସ୍ୱତନ୍ତ୍ର ଶିବିର ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାହୁ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଅତିଥି ଭାବେ ଯୁକ୍ତ ୩ ଡିଗ୍ରୀ କଲେଜ ଅଧକ୍ଷ ସୁରେଶ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ରମେଶ କୁମାର ନାୟକ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବା ଓ ଶୃଙ୍ଖଳାର ମହତ୍ତ୍ୱ ବିଷୟରେ ମାର୍ଗଦର୍ଶନ କରିଥିଲେ। ଶିବିରର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପଦ୍ମିନୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ସାତ ଦିନ ଧରି ଚାଲିଥିବା ଏହି ଶିବିରରେ ସ୍ୱେଚ୍ଛାସେବୀମାନେ ଗ୍ରାମ ସଫେଇ, ସଚେତନତା ର‍୍ୟାଲି ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।
ଉଦଯାପନୀ ଦିବସରେ କୃତୀ ସ୍ୱେଚ୍ଛାସେବୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର (Certificate) ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା।
ପରିଶେଷରେ ସ୍ୱେଚ୍ଛାସେବୀମାନେ ସେମାନଙ୍କର ଅନୁଭୂତି ବାଣ୍ଟିବା ସହ ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.