ସହକାରୀ କୃଷି ଅଧିକାରୀ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନରେ ଓଡ଼ଗାଁର ମଳୟ ହୋତା

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାନ୍ତିଖାରି ପଞ୍ଚାୟତ ପନ୍ତିଖାରି ଶାସନ ଗ୍ରାମର ମଳୟ ହୋତା ସହକାରୀ କୃଷି ଅଧିକାରୀ ପରୀକ୍ଷାରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଥମରୁ ଜଣେ ମେଧାବୀ ଛାତ୍ର ଥିବା ମଳୟ ଓଡ଼ଗାଁ ରଘୁନାଥ ବିଦ୍ୟାପୀଠରୁ ମାଟ୍ରିକ ପାସ କରି +୨ ବିଜ୍ଞାନ ପରୀକ୍ଷାରେ ସମ୍ମାନ ଜନକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ।ଗତ ଫେବୃଆରୀ ୧୯ ତାରିଖରେ ଅନୁଷ୍ଠିତ ସହକାରୀ କୃଷି ଅଧିକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ଶ୍ରୀମାନ ମଳୟ ହୋତା ଶିକ୍ଷକ ଦିଲ୍ଲୀପ କୁମାର ହୋତା ଏବଂ ଶିକ୍ଷୟିତ୍ରୀ ରଞ୍ଜୁଲତା ଦାସଙ୍କ ପୁତ୍ର ଅଟନ୍ତି।

Leave A Reply

Your email address will not be published.