କଟକ ଏସସିବିରେ ନିଆଁ ଲାଗିବା ପରେ ଏମକେସିଜି ମେଡିକାଲ କଲେଜ ସ୍ଥିତି ପରଖିଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ…

add-all

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଗସ୍ତରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ଦକ୍ଷିଣ ଓଡ଼ିଶାର ପ୍ରମୁଖ ମେଡିକାଲ ଓ ହସ୍ପିଟାଲ ଏମକେସିଜି ପରିଦର୍ଶନ କରି ଏକ ଉଚ୍ଚ ସ୍ତରୀୟ ବୈଠକ କରି ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଉପଜିଲ୍ଲାପାଳ, ଅଗ୍ନିଶମ ବିଭାଗର ବରିଷ୍ଟ ଅଧିକାରୀ ଓ ମେଡିକାଲ ଢିନ ତଥା ଭାରପ୍ରାପ୍ତ ଅଧୀକ୍ଷକ ଓ ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ ସମେତ ମେଡିକାଲ ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ ।

ରାଜ୍ୟର ବହୁ ପୁରାତନ ମେଡିକାଲ ଏଥିରେ ବହୁ ପୁରୁଣା ଗୃହ ରହିଛି ତେଣୁ ନିକଟରେ ଏକ ଅଗ୍ନି ବିଭାଗ କେନ୍ଦ୍ର ରହିଛି ଯଦି କୌଣସି ପରିସ୍ଥିତି ସୃଷ୍ଟି ହୁଏ ତାହାହେଲେ ତୁରନ୍ତ କିଭଳି ନିଆଁକୁ ଆୟତ୍ତ କରାଯିବ ଏବଂ ମେଡିକାଲ କର୍ମଚାରି ମାନେ ପ୍ରାଥମିକ କାର୍ଯ୍ୟ କରିବେ ଏନେଇ ବିସ୍ତୃତ ଆଲେଚନା କରିଥିଲେ ରାଜ୍ୟ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।ମେଡିକାଲ ରେ ଥିବା କିଛି ବିଲଡିଂ ରେ କୋଭିଡ ବୁର୍ବରୁ ପାଣି ସ୍ପୀକିଲିଂ କାର୍ଯ୍ୟ ଚାଲିଥିଲା ତାହା ବନ୍ଦ ରହିଛି ଏଵଂ ବିଲ୍ଡିଙ୍ଗ ଗୁଡ଼ିକ ର ସିଲିଂ ମରାମତି ପରେ ପାଣି ବ୍ୟବସ୍ଥା କରାଯିବ ବୋଲି ମେଡିକାଲ କଲଜ ଡିନ୍ ସୁଚିତ୍ରା ଦାସ କହିଛନ୍ତି।ଯାହା ଯାହା ସମସ୍ୟା ଅଛି ତରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ୍ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.