ଆଟା କମ୍ପାନୀ ନିକଟରେ ଚାଲିଥିଲା ଜୁଆଅଡ୍ଡା, ସଦର ପୋଲିସ କଲା ଚଢ଼ାଉ ୫ଗିରଫ, ୩୬ ହଜାର ଉର୍ଦ୍ଧ ଟଙ୍କା ଜବତ..

add-all

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଲାଠି ଜୁଆଆଡ୍ଡା ଉପରେ ଚଢ଼ାଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ବର୍ଷ ଧରି ଏଠାରେ ଚାଲୁଥିଲା ଜୁଆଆଡ୍ଡା । ପୋଲିସ ଆଖିରେ ଧୂଳି ଦେଇ କିଛି ମାଫିଆ ଚଳାଉଥିଲେ ଜୁଆଆଡ୍ଡା। ପୂର୍ବରୁ ବହୁବାର ପୋଲିସ ଚଡାଉ କରିଥିଲେ ମଧ୍ୟ ସଫଳ ପାଇ ନ ଥିବା ଜଣାପଡିଛି।ତେବେ ଆଜି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସିପି ଡାକ୍ତର.ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଦଳ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ୫ଜଣ ଜୁଆଡି ଙ୍କୁ କାବୁ କରିବା ସହିତ ସେମାନଙ୍କ ଠାରୁ ୩୬,୯୦୦ଟଙ୍କା,୩ଟି ମୋବାଇଲ,୫ଟି ବାଇକ,ତାସ ମୁଠା ଜବତ କରିଥିବା ସଦର ଥାନା ପକ୍ଷରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.