BPUTକୁ ମିଳିଲା ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଏସିଆ ବୁକ ଅଫ୍ ରେକର୍ଡସର ପୁରସ୍କାର

add-all

ରାଉରକେଲା ୦୭।୦୪ : BPUT ମିଳିଲା ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ଏସିଆ ବୁକ୍ ଅଫ୍ ରେକର୍ଡସ ପୁରସ୍କାର । ରାଉରକେଲାର ସ୍ଥିତି ବୈଷୟିକ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ( BPUT)କୁ ମିଳିଛି ଏହି ପୁରସ୍କାର। BPUT କୁଳପତି ପ୍ରଫେସର ଡକ୍ଟର ଅମୀୟ କୁମାର ରଥଙ୍କୁ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ ସଞ୍ଜୟ ଭୋଲା ଏହି ସମ୍ମାନ ଦେଇଛନ୍ତି।

ସେହିପରି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରଏସପି ଡିଆଇସି ଆଲୋକ ବର୍ମା, ପ୍ରାକ୍ତନ ଡିଆଇସି ଅତନୁ ଭୌମିକ, ଏଡିଏମ ଦୀନା ଦସ୍ତାଗୀର, ପ୍ରଫେସର ଡ଼. ଆର୍ଯ୍ୟ ପଟ୍ଟନାୟକ, କୁଳସଚିବ ନିଶି ପୁନମ ମିଞ୍ଜ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାଗଜ କଲମରେ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ଦୁଇ ଦିନରେ ପ୍ରକାଶ କରିବାରେ BPUT ଏହି ରେକର୍ଡ ସହ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି। ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ମୋଟ ୬୭, ୯୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩, ୫୧, ୨୬୪ ଉତ୍ତରଖାତାର ମୂଲ୍ୟାୟନ କରାଯାଇଥିଲା।

ad-week
Leave A Reply

Your email address will not be published.