ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ପୂର୍ବତନ ମନ୍ତ୍ରୀ, କହିଲେ ଜବାବ ମାଗୁଛନ୍ତି ରାଜ୍ୟବାସୀ

add-all

ଭୁବନେଶ୍ୱର: ଟାଟା ପାୱାର ଉପରେ ବିଧାୟକ ଜୟନାରାୟଣଙ୍କ ଟିପ୍ପଣୀକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ । ବିଧାୟକ ଜୟନାରାୟଣ ମିଶ୍ର ଟାଟା ପାୱାରର ସମସ୍ତ ଶୋଷଣ, ଦୁର୍ନୀତି ଏବଂ ଜୁଲମ ବିଷୟରେ ଜାଣି ମଧ୍ୟ ତାଙ୍କ ସରକାର ଆସିବାର ବିଗତ ଦୁଇବର୍ଷ ଧରି କିଭଳି ଚୁପ୍ ଥିଲେ? ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହଠାତ୍ ଚେଇଁ ଉଠି ଟାଟା ପାୱାର ବିରୋଧରେ ବିଳି ବିଳାଉଛନ୍ତି ।
ବିଧାୟକ ମହୋଦୟ ପୂର୍ବୁରୁ ଯଦି ଜାଣିଥିଲେ ତେବେ ଟାଟା ପାୱାର ବିଭିନ୍ନ ଅଞ୍ଚଳର ଗୁଣ୍ଡା ଏବଂ ଅସାମାଜିକ ବ୍ୟକ୍ତି ମାନଙ୍କୁ ନେଇ ଖରା ଦିନ ଅବସରରେ ସାଧାରଣ ଜନତାଙ୍କ ଜୋର୍ ଜବରଦସ୍ତି ବିଦ୍ୟୁତ୍ କାଟ କରୁଥିଲା । ତେବେ କେଉଁ ପରିସ୍ଥିତିରେ ଜନପ୍ରତିନିଧି ସେମାନଙ୍କୁ ଆରେଷ୍ଟ ନ କରି ଲୋକଙ୍କୁ ସେମାନଙ୍କ ଦାଉରୁ ରକ୍ଷା କରି ପାରିଲେ ନାହିଁ, ଏହାର ଜବାବ୍ ଦିଅନ୍ତୁ । ଦ୍ଵିତୀୟ କଥାଟି ହେଲା ବିଧାୟକ ଯଦି ଜାଣିଥିଲେ ପୂର୍ବ ବକେୟା ବିଲ୍ (ଏରୀୟର) ଅସୁଲ କରିବାର ଅଧିକାର ଟାଟା ପାୱାରର ନାହିଁ । ତେବେ କଣ ପାଇଁ ସେ ଏହି ବାର୍ତ୍ତାକୁ ସାଧାରଣ ଜନତାଙ୍କୁ ସୁଚାଇଲେ ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ବକେୟା ବିଲ୍ ଆଦାୟକୁ ଆଧାର କରି ବିଗତ ଦିନରେ ଜରୁରୀକାଳୀନ ସେବା ଅନ୍ତର୍ଭୁକ୍ତ ଠେମରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅଇଁଠାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଂପୃକ୍ତ କମ୍ପାନୀ ଦ୍ଵାରା ବିଦ୍ୟୁତ୍ କାଟ ହୋଇଥିଲା ବୋଲି ଜୟ ରୋହିତ ପୂଜାରୀ କହିଛନ୍ତି ।

ad-week
Leave A Reply

Your email address will not be published.