ଧାମରା ଭଦ୍ରକ ରେଳପଥରେ ଜମିହରା ବିଧବା ସ୍ତ୍ରୀଙ୍କ ରେଳରୋକ

add-all

ଧାମରା:ଧାମରା ବନ୍ଦର କର୍ତ୍ତୃପକ୍ଷ ଙ୍କ ମନମାନୀ ପାଇଁ ଆଜି ନିଜର ସର୍ବସ୍ୱ ହରାଇଥିବା ଜଣେ ବିଧବା ସ୍ତ୍ରୀ ଲୋକ ଧାମରା ଭଦ୍ରକ ରେଳପଥ କୁ ଅବରୋଧ କରିବା ସହ ଧାରଣା ଦେଇଥିଲେ। ଅଭିଯୋଗ ଅନୁଯାଇ ନରସିଂହ ପ୍ରସାଦ ଗାଁର ସତ୍ୟଭାମା ସେଠୀ ଧାମରା ବନ୍ଦର ପାଇଁ ନିଜର ସର୍ବସ୍ୱ ହରାଇଥିଲେ। ଆଜି ଭଳି ଦିନରେ ଧାମରା ବନ୍ଦର କର୍ତ୍ତୃପକ୍ଷ ସତ୍ୟଭାମାଙ୍କ ଘର ବାଡିରୁ ବହୁ ଗଛ କାଟିନେଇଛନ୍ତି। ଏ ବାବଦରେ ଅଭିଯୋଗ କରିବା ପରେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ କୌଣସି କ୍ଷତିପୂରଣ ପ୍ରଦାନ କରୁନାହାନ୍ତି। ଏଥିସହ ଧାମରା ବନ୍ଦର ପାଣି ପାଇପ ଫାଟି ସତ୍ୟଭାମା ଙ୍କ ବିଲରେ ପାଣି ମାଡିଯାଉଥିବାରୁ କୌଣସି ଫସଲ ମଧ୍ୟ ଅମଳ ହୋଇପାରୁନାହିଁ। ଏହି ସମସ୍ତ ଅଭିଯୋଗ ପରେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ କୌଣସି ସମାଧାନ ନ କରିବାରୁ ଆଜି ସତ୍ୟଭାମା ନିଜର ଏକମାତ୍ର ପୁଅକୁ ଧରି ଧାମରା ରେଳପଥ କୁ ଅବରୋଧ କରି ଧାରଣା ଦେଇଥିଲେ। ଫଳରେ ଦୀର୍ଘ ୧ ଘଣ୍ଟା ଧାମରା ଭଦ୍ରକ ରେଳପଥ ରେ ରେଳ ଚଳାଚଳ ବନ୍ଦ ଥିଲା। ପରେ ଧାମରା ପୁଲିସ ଘଟଣାସ୍ଥଳକୁ ଆସି ସମସ୍ତ ସମସ୍ୟା ର ସମାଧାନ କରିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ad-week
Leave A Reply

Your email address will not be published.