ଦମ୍ପତିଙ୍କ କାରନାମା ; ଏମିତି କରୁଥିଲେ ଛିନତାଇ

add-all

ଭୁବନେଶ୍ୱର : ପ୍ରଥମେ ଥିଲେ ପାନଦୋକନୀ। ତା’ପରେ ଲୁଟି ଚାଲିଲେ ସୁନା ଚେନ୍। ଦମ୍ପତିଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତାରେ ଟାର୍ଗେଟ କରି ଲୋକଙ୍କ ଠାରୁ ଲୁଟି ନେଉଥିଲେ ଚେନ୍।
ମିଳିଥିବା ସୂଚନାନୁଯାୟୀ, ନିଳାଦ୍ରିବିହାରର ସଞ୍ଜୁକଟା ପୃଷ୍ଟି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସୁନା ଅଳଙ୍କାର କିଣିବା ପାଇଁ ଯାଇଥିଲେ। ଅଳଙ୍କାର ଦୋକାନ ସାମ୍ନାରେ ଥିବା ସମୟରେ ହଠାତ୍ ଜଣେ ବ୍ୟକ୍ତି ଆସି ତାଙ୍କ ବେକରୁ ଚେନ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଏନେଇ ମହିଳା ଜଣକ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

ପୁଲିସ ତଦନ୍ତ ପରେ ଧିରେ ଧିରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ରାକେଶ ରାଉତ ନାମକ ଜଣେ ବ୍ୟକ୍ତି ବାଇକର ନମ୍ବର ପ୍ଲେଟ ଉପରେ କପଡା ଘୋଡାଇ ଲୁଟ୍ କରି ପୁଲିସକୁ ଚକମା ଦେଉଥିଲେ। ବାରମ୍ବାର ସିସିଟିଭି ଯାଞ୍ଚ କରିବା ପରେ ପୁଲିସ ରାକେଶଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ଇନଫୋସିଟି, ଭରତପୁର ଥାନା ଅଞ୍ଚଳରୁ ସୁନା ଚେନ୍ ଲୁଟ୍ କରିଥିଲେ। ପ୍ରଥମେ ପାନ ଦୋକାନ କରିବା ପରେ ୨୦୧୫ରେ ସେ ଲୁଟ୍ କରିବା ଆରମ୍ଭ କରିଥିଲେ। ଲୁଟ୍ ରେ ତାଙ୍କ ସ୍ତ୍ରୀ ସ୍ୱେତାଲୀନା ମଧ୍ୟ ସହଯୋଗ କରୁଥିଲେ। ଏହି ଲୁଟରେ ଗୋଲେଖ ଚନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ମଧ୍ୟ ସହଯୋଗ କରୁଥିଲେ। ଭୁବନେଶ୍ୱର ବରମୁଣ୍ଡା ଶାଖାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବନ୍ଧକ ରଖାଯାଇଥିବା ଚାଟି ସୁନା ଚେନକୁ ପୁଲିସ ଜବତ କରିଛି। ଗୋଲେଖଙ୍କ ଠାରୁ ମଧ୍ୟ ୨ଟି ସୁନା ଚେନ ଜବତ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଏମାନଙ୍କ ଠାରୁ ଆଠ ଭରି ସୁନା ଚେନ, ଗୋଟିଏ କାର, ଗୋଟିଏ ମୋଟର ସାଇକେଲ ଜବତ କରିଛି।

ad-week
Leave A Reply

Your email address will not be published.