ସମାଜସେବୀ କନକ ସାବତଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

add-all

ବ୍ରହ୍ମପୁର : ହିଲପାଟଣା ନିବାସୀ ପରିବେଶବିତ ସ୍ୱର୍ଗତ ଅଚ୍ୟୁତ ରାମ ସାବତ ଙ୍କ ଧର୍ମ ପତ୍ନୀ ତଥା ସମାଜସେବୀ ଶ୍ରୀମତୀ କନକ କୁମାରୀ ସାବତଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ସତ୍ୟଭାମା କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି।ଶ୍ରୀମତୀ ସାବତ ଟାଟା କଲୋନୀ ସ୍ଥିତ ଶ୍ରୀଶ୍ରୀ ରଘୁନାଥ ମନ୍ଦିର ର ଦୀର୍ଘ ବର୍ଷ ଟ୍ରଷ୍ଟି ଥିବା ସହ ବହୁ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ।

ଆଜି ଶ୍ରାଦ୍ଧ ଦିବସ ଅବସର ରେ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧକ୍ଷ ଶ୍ରୀ ସୁବାଷ ମହାରଣା, ତାଙ୍କ ସୁପୁତ୍ର ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଗଣ ମାଧ୍ୟମ ବ୍ୟକ୍ତିତ୍ଵ, ବିଭିନ୍ନ ସଂଗଠନ ର ମୁଖ୍ୟ ପରିବାର ବର୍ଗ ପୁତ୍ର ଶ୍ରୀକୃଷ୍ଣ ଚନ୍ଦ୍ର ସାବତ, ଶ୍ରୀକାନ୍ତ ସାବତ, କନ୍ୟା ଶ୍ରୀମତୀ ଅଳକା କୁମାରୀ ସାବତ, ଜ୍ୱାଇଁ ଡ ବିନୋଦ ଚନ୍ଦ୍ର ସାବତ, ନାତି ନାତୁଣୀ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ସ୍ମୃତି ରେ ମହାନ୍ ସଂଘ ପକ୍ଷରୁ ପ୍ରତିବର୍ଷ କନକ ସ୍ମୃତି ସମ୍ମାନ ଜଣେ ସମାଜସେବୀ ମହିଳା ଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସାବତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.