ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ବାଛୁରୀ ଛୁଆ ମୃତ

add-all

ବାଲିଗୁଡା, ତା, ୦୮/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବାନାଞ୍ଚଳ କାର୍ଯ୍ୟାଳୟ ଠାରୁ ପ୍ରାୟ ଦେଢ଼ କିମି ଦୂର ବଡ଼ଶଙ୍ଖ ନିକଟରେ ଗୋଟିଏ ବାଛୁରୀ ଛୁଆ ମରି ପଡ଼ିଥିବା ବେଳେ ଆଉ ଗୋଟିଏ ଆହତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଦୁଇଟି ବାଛୁରୀ ଛୁଆ ବଡ଼ଶଙ୍ଖ ନିକଟ ରାସ୍ତା କଡ଼ ରେ ଶୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରୀ ରେ କୌଣସି ଏକ ବନ୍ୟ ଜନ୍ତୁ ସେହି ବାଛୁରୀ ଛୁଆ ମାନଙ୍କୁ ଆକ୍ରମଣ କରିଥିଲା ତେବେ କୌଣସି ମତେ ଗୋଟିଏ ବାଛୁରୀ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ଆଉ ଗୋଟିଏ ବାଛୁରୀ କୁ ଆକ୍ରମଣ କରି ତାର ପଛ ଭାଗରୁ ଖଣ୍ଡିଆ ଖାବରା କରି ମାରି ଦେଇଥିବା ଦେଖିବାକୁ ମିଳିଛି l ଖବର ପାଇ ବନପାଳ ଯୋଗେଶ୍ବର ଧାରୁଆ ଓ ବନରକ୍ଷୀ ଶ୍ରୀରାମ ପଣ୍ଡା ଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସୁଳରେ ପହଞ୍ଚି ତଦନ୍ତ ଜାରି ରଖିଥ‌ିବା ବେଳେ ଏହା କେଉଁ ପ୍ରକାର ର ବନ୍ୟ ଜନ୍ତୁ ବାଘ ନା ହେଟା ବାଘ କିମ୍ବା ଅନ୍ୟ କେଉଁ ଜନ୍ତୁ ତାହା ସୃଷ୍ଟ ଜଣା ପଡ଼ିନାହିଁ। ତେବେ ଉକ୍ତ ଜୀବର ବିକଟାଳ ଶବ୍ଦ ଶୁଣି ପାଖରେ ଥ‌ିବା ଘର ର ଜଣେ ମହିଳା ରାତ୍ରୀ ରେ ଉଠି ଘର ଭିତରୁ ଥାଇ ଦେଖୁଥିଲେ । ଆଗରୁ ସେହି ପରି ଜୀବକୁ ସେ କେବେ ଦେଖୁନାହାନ୍ତି, କୁକୁର ମାନଙ୍କ ଠାରୁ ବଡ ଦେଖାଯାଉଥୂଲା ମୁଣ୍ଡ ବି ତାର ବଡ଼ ଥିଲା, ଆଲୁଅ କମ ଥୂବାରୁ ସ୍ପଷ୍ଟ ଦେଖା ଗଲା ନାହିଁ, କିନ୍ତୁ କୁକୁର ଭୋକିବାରୁ ବିଲ ମାଳ ଆଡ଼େ ଗଲା ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.