ନିଆରା ଢଙ୍ଗରେ ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଚେତନତା

add-all

ମାଲକାନଗିରି, ୯।୪ : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଯାହା ଫଳରେ ଅନେକ ଜନ ଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି। ତେବେ ଏହାକୁ ଦୂର କରିବା ଓ ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା ନିମନ୍ତେ ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ମିଳିତ ଭାବେ ଏକ ନିଆରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଯମରାଜ ଓ ଯମ ଦୂତ ବେଶରେ କର୍ମଚାରୀ ମାନେ ଗାଡ଼ି ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମାବଳୀ ବୁଝାଇ ସଚେତନ କରିଥିଲେ।

ସହରର ପ୍ରତ୍ୟେକ ଛକ ଓ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଗାଡ଼ି ଚାଳକ ମାନଙ୍କୁ ଅଟକାଇ ଯମରାଜଙ୍କ ନିର୍ଦ୍ଦେଶକ୍ରମେ ଚିତ୍ର ଗୁପ୍ତଙ୍କ ଦ୍ବାରା ସଡ଼କ ସୁରକ୍ଷା ନିୟମାବଳୀ ଦେଇଥିଲେ। ସେହିପରି ପୁଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ମାଗଣା ହେଲମେଟ ପ୍ରଦାନ କରଯାଇଥିଲା। ନିୟମ ପାଳନ କରୁଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ପ୍ରଦାନ କରିବା ସହ ଗାଡ଼ି ଚଲେଇବା ନିୟମକୁ ପାଳନ କରିବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା।

ad-week
Leave A Reply

Your email address will not be published.