ଚୋରା ଚାଲାଣ ବେଳେ ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଜବତ

add-all

ନୟାଗଡ଼:ନୟାଗଡ଼ ଜିଲ୍ଲା କୋମଣ୍ଡ ରାଜସ୍ବ ଅଞ୍ଚଳରୁ ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଓଡ଼ଗାଁ ପୋଲିସ ମାଙ୍କଡ଼ା ପଥର ସହିତ ଗାଡ଼ିକୁ ଜବତ କରିଛି ।ବିଶେଷ ସୂତ୍ରରୁ ଖବର ପାଇ ଭୋର ପ୍ରାୟ ୩-୪ ଟା ମଧ୍ୟରେ ଓଡ଼ଗାଁ ପୋଲିସ କୋମଣ୍ଡ ଠାରୁ ଓଡ଼ି ୨୫ ଏମ ୪୫୪୯ ନମ୍ବର ବିଶିଷ୍ଟ ଟ୍ରାକ୍ଟର କୁ ଜବତ କରି ଓଡ଼ଗାଁ ଥାନା ପରିସରକୁ ଆଣିଥିଲେ ।ଲଘୁ ଖଣିଜ ଲୁଟ ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରି ଆବଶ୍ୟକ ପ୍ରକ୍ରିୟା ପରେ ଚାଳକକୁ ଛାଡ଼ି ଦିଆଯାଇଛି। ସୂଚନା ଅନୁଯାୟୀ ପ୍ରତ୍ୟେକ ରାତିରେ କୋମଣ୍ଡ ଅଞ୍ଚଳରୁ ବହୁ ପରିମାଣରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ବେଳେ ମାଙ୍କଡ଼ା ବୋଝେଇ ଗାଡ଼ି ଗୁଡ଼ିକ ମୁଖ୍ୟ ରାସ୍ତା ଛାଡ଼ି ଅଣ ଓସାରିଆ ଗ୍ରାମ ରାସ୍ତା ଗୁଡ଼ିକରେ ଦୃତ ଗତିରେ ଯାଉଥିବାରୁ ଗ୍ରାମାଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି।କେତେକ ରାଜନେତାଙ୍କ ଛତ୍ରଛାୟାରେ ଚାଲିଥିବା ଏହି ପଥର ଚୋରା କାରବାର ଯୋଗୁଁ ଖଣି ବିଭାଗ ହୁଏତ ଚୁପ୍ ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.