ବ୍ଲକ ପ୍ରଶାସନର ଚଢ଼ାଉ : ୪୫ ଘରୋଇ ଏବଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଜବତ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଫାଣ୍ଡି ଅନ୍ତର୍ଗତ ପାଇକେରା ସାହି ଏବଂ ବେଙ୍ଗେଇ ସାହିରେ ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇ ୪୩ ଘରୋଇ ସିଲିଣ୍ଡର ସହିତ ୨ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ବେଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବିଡ଼ିଓ ପ୍ରୀତିବାଳା ରଣା, ଯୋଗାଣ ନିରୀକ୍ଷକ ମଳୟ ମେହେର, ଅତିରିକ୍ତ ତହସିଲଦାର ଶ୍ରୀ ଜୀନୁ, ଓଡ଼ଗାଁ ଆଦର୍ଶ ଥାନା ସବ ଇନ୍ସପେକ୍ଟର ଚକ୍ରଧର ସିଂ ଏବଂ ସାଥୀ ପୋଲିସ କର୍ମଚାରୀ ମାନେ କୁରାଳ ପାଇକରା ସାହିର ଜ୍ୟୋତି ରଞ୍ଜନ ସାହୁଙ୍କ ଘରେ ଚଢ଼ାଉ କରି ୩୫ ଟି ଗ୍ୟାସ ସିଲିଣ୍ଡର ଜବତ କରିଥିବା ବେଳେ କୁରାଳ ଵେଙ୍ଗେଇ ସାହିର ଶିବଶଙ୍କର ପୃଷ୍ଟିଙ୍କ ଘରେ ଚଢ଼ାଉ କରି ୮ ଘରୋଇ ସିଲିଣ୍ଡର ସହିତ ୨ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି।ଜବତ ଗ୍ୟାସ ସିଲିଣ୍ଡର ଗୁଡ଼ିକୁ ରୋହିବାଙ୍କ ସ୍ଥିତ ଚନ୍ଦ୍ରମା ଗ୍ୟାସ ଏଜେନ୍ସୀ ଜୀମା ଦିଆଯାଇଛି ।
ସାମ୍ପ୍ରତିକ ପରିସ୍ଥିତିରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ସହିତ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେଉଛି ।ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ଉପାୟରେ ଗ୍ୟାସ ସିଲିଣ୍ଡର ସଂଗ୍ରହ କରି ଗଚ୍ଛିତ ରଖି ସେଗୁଡିକୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି ।ସେଗୁଡିକୁ ରୋକିବା ପାଇଁ ଏହା ବ୍ଲକ ପ୍ରଶାସନର ଏକ ପ୍ରୟାସ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.