ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

add-all

ବାଲିଗୁଡା,ତା, ୧୪/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ମା ‘ ପାଟଖଣ୍ଡା ମନ୍ଦିର ପରିସରରେ ଥିବା, ରାମେଶ୍ୱର ମନ୍ଦିର ନିକଟରେ, ଏବଂ ସବ ଜେଲ ନିକଟରେ ଥିବା ହନୁମାନ ମନ୍ଦିର ଠାରେ ସକାଳୁ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ହନୁମାନ ଚାଳିସା ବହି ବଣ୍ଟନ କରାଯାଇଥିଲା। ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନ ରେ ଅର୍ଣ୍ଣ ବଣ୍ଟନ କରିଥିଲେ ।

ସେହିପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର, ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, ଦୁର୍ଗା ମନ୍ଦିର ସମେତ ସମସ୍ତ ଦେବାଦେବୀ ପୀଠରେ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି। ଭକ୍ତ ମାନେ ସମସ୍ତ ଦେବାଦେବୀ ଦର୍ଶନ କରିଥିଲେ । ଏହି ଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷ କୁ ସ୍ୱାଗତ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକା କୁ ପୂଜାକରି ପଠନ କରିଥିଲେ। ସେହି ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି। ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ମନ୍ଦିର ରେ ଭକ୍ତଙ୍କ ଗହଳ ଚହଳ ଲାଗି ରହିଥିଲା l

Leave A Reply

Your email address will not be published.